ଏନଏନଏସ୍: ଆସନ୍ତା ବର୍ଷ ଅର୍ଥାତ ୨୦୨୪-୨୫ ଶିକ୍ଷାବର୍ଷରୁ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି ଆସାମ ସରକାର । ଅର୍ଥାତ ଏହି ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହି ନିଷ୍ପତ୍ତି କେବଳ ଆସାମ ରାଜ୍ୟ ପାଇଁ ଲାଗୁ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ଘୋଷଣା କରିଛନ୍ତି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଆସନ୍ତା ଶିକ୍ଷାବର୍ଷ ଠାରୁ ଅନ୍ୟ କ୍ଲାସ ପରୀକ୍ଷା ଭଳି ୧୦ମଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷା ନେଇ ସମସ୍ତ ପ୍ରକାର ଆୟୋଜନ ସ୍କୁଲ କିମ୍ବା ଶିକ୍ଷା ପରିଷଦ ଦ୍ୱାରା କରାଯିବ ।
My congratulations and best wishes to all the successful candidates in HS examination.
For those who could not do well this time, remember ~ We always have the power to work harder to achieve success. Do not give up. There is always a new beginning.#AssamHSResults
— Himanta Biswa Sarma (@himantabiswa) June 6, 2023
ଏବେ ଏହି ନିଷ୍ପତ୍ତି କେବଳ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ନିଆଯାଇଛି । ହେଲେ ଯୁକ୍ତ୨ ବୋର୍ଡ ପରୀକ୍ଷା ପୂର୍ବ ଭଳି ଆୟୋଜନ କରାଯିବ । ଏହାସହ ଦଶମ ପରୀକ୍ଷା ପରେ ଏକାଦଶ ଶ୍ରେଣୀ ପାଇଁ ପିଲାମାନଙ୍କୁ ଆବେଦନ କରିବାକୁ ପଡିବ ନାହିଁ । ସୂଚନା ଥାଉକି ୧୦ମ ପରୀକ୍ଷା ଆସାମ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ଆୟୋଜିତ କରାଯାଇଥାଏ । ସେହିଭଳି ଯୁକ୍ତ୨ ପରୀକ୍ଷା ଆସାମ ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା କରାଯାଇଥାଏ । ହେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି କି ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ଦୁଇ ବୋର୍ଡକୁ ମିଶାଇ ଗୋଟିଏ ବୋର୍ଡ କରିଦିଆଯିବ ।