ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୫.୦୩): ବିଶ୍ବ ବକ୍ସିଂ ଚାମ୍ପିଆନସିପର ଫାଇନାଲରେ ସ୍ଥାନ ପାଇଛନ୍ତି ଆସାମ ଗୋଲାଘାଟର ଝିଅ ଲୋଭଲିନା ବୋରଘେନ୍ । ୨୦୨୦ ରେ ହୋଇଥିବା ଅଲମ୍ପିକ୍ସରେ ସେ ବ୍ରୋଞ୍ଜ ହାସଲ କରି ସାରିଛନ୍ତି । ଲୋଭଲିନା ଭାରତର ତୃତୀୟ ମହିଳା ବକ୍ସର ଯିଏ ଅଲମ୍ପିକ୍ସରେ ମେଡାଲ ଜିତିଛନ୍ତି । ମେଡାଲ ପରେ ମେଡାଲ ଜିତି ନିଜ ବାପା ମା ଙ୍କୁ ଗୌରବାନିତ କରାଇଛନ୍ତି । ଏବେ ସେମି ଫାଇନାଲ ଜିତିବା ପରେ ଫାଇନାଲରେ ପହଞ୍ଚିବା ନେଇ ବେଶ ଖୁସି ଅଛନ୍ତି ତାଙ୍କ ବାପା । ସେ କହିଛନ୍ତି ସେ ଫାଇନାଲ ମଧ୍ୟ ଖୁବଶୀଘ୍ର ଜିତିବାକୁ ଯାଉଛି। ଛୋଟବେଳୁ ଲୋଭଲିନା ଅନେକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏନେଇ ତାଙ୍କ ବାପା ମା’ ତାଙ୍କୁ ବେଶ ସପୋର୍ଟ କରନ୍ତି । ତାଙ୍କ ବାପା କୁହନ୍ତି, ଲୋଭଲିନା ଯେବେ ବି ଘରକୁ ଆସନ୍ତି, ସେତେବେଳେ ସେ ଖେଳ ବିଷୟରେ ବିଶେଷ କଥା ହେଇନଥାନ୍ତି । ସେ ପରିବାର ସହ ସମୟ ବିତେଇବାକୁ ଭଲ ପାଇଥାନ୍ତି । କେବଳ ବାହାରେ ହିଁ ସେ ଖେଳ ଉପରେ ଅଧିକ କଥା ହେଇଥାନ୍ତି । ସବୁବେଳେ ନିଜ ଖେଳରେ ସେ ଭଲ କରିବାକୁ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି ଲୋଭେଲିନାଙ୍କ ବାପା । ହେବାକୁ ଥିବା ମହିଳା ବିଶ୍ବ ଚମ୍ପିଆନସିପର ଫାଇନାଲରେ ମଧ୍ୟ ସେ ଜିତିବେ ବୋଲି ତାଙ୍କ ବାପା ମାଆ ଆଶା ରଖିଛନ୍ତି ।