ନୂଆଦିଲ୍ଲୀ,୧୧.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଜାପାନରେ ନିକୋଇ ହୋଶ ସିଂଚି ସାହିତ୍ୟ ପୁରସ୍କାର ନାମକ ଏକ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ପାଇଁ ବିଭିନ୍ନ ଲେଖକମାନଙ୍କ ଠାରୁ ଲେଖା ସଂଗ୍ରହ କରାଯାଏ । କଂପୁ୍ୟଟର ସାହିତି୍ୟକମାନେ ମଧ୍ୟ ଲେଖା ଦେଇଥାନ୍ତି । ଗତ ଥର ପୁରସ୍କାର ପାଇଁ ୧୪୫୦ ଜଣ ପ୍ରବୀଣ ସାହିତ୍ୟକଙ୍କ ଠାରୁ ଲେଖା ମଗାଯାଇଥିଲା, ଯେଉଥିରୁ ୧୧ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୧୧ ଜଣକ ମଧ୍ୟରୁ ଜଣକ ଉପନ୍ୟାସ ଏଭଳି ଥିଲା, ଯାହାକୁ ଦେଖୁ ଦେଖୁ ଚୟନ କରାଯାଇଥିଲା । ଏହାର ଶୀର୍ଷକ ଥିଲା ‘ ଯେଉଁଦିନ କଂପୁ୍ୟଟର ଉପନ୍ୟାସ ଲେଖିବ’ । ଚୟନ କର୍ତାମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଏହାର ଲେଖାଶୈଳୀ ଯଦିଓ ଚୟନ କର୍ତାଙ୍କ ମନକୁ ଛୁଇଁ ଯାଇଥିଲା । କିନ୍ତୁ ଲାଗୁଥିଲା ଏହାର ଚରିତ୍ରର ମାନସିକତାକୁ ଠିକ୍ ଭାବେ ଅଭିବ୍ୟକ୍ତ କରିବାରେ ଲେଖକଙ୍କ କ୍ଷମତା ଯେମିତି ଅପର୍ଯ୍ୟାପ୍ତ । ଏହି ଟିପ୍ପଣୀ କୁତ୍ରିମ ବୁଦ୍ଧିମତାର କ୍ଷମତା ଓ ବର୍ତମାନର ସୀମା ଉଭୟକୁ ଅଭିବ୍ୟକ୍ତ କରିଥାଏ । ତା ଭିତରେ ମାନବୀୟ ସଂବେଦନା ତଥା ଅଭିବ୍ୟକ୍ତର ପ୍ରାଞ୍ଜଳତା ବା ବିବିଧତା ଭଳି କ୍ଷମତା ହୁଏତ ଥାଇପାରେ ବା ନପାରେ ବୋଲି କୁହାଯିବ କିମ୍ବା ସୀମିତ ବୋଲି ବି କୁହାଯାଇପାରିବ । ଏକମାସ ତଳେ ଆମାଜନର କିଣ୍ଡଲ ଷ୍ଟୋରରେ ୨୦୦ରୁ ଅଧିକ ଇ-ବୁକ୍ସ ଥିଲା, ଯାହା ଚାଟ୍ ଜିପିଟିରେ ଲେଖା ହୋଇଥିଲା ବା ଏହାର ସହ ଲେଖକ ଭାବେ ଚାଟ୍ ଜିପିଟିର ନାମ ଛପା ହୋଇଥିଲା । ସାହିତି୍ୟକ ଦୁନିଆରେ ଭଲ ନାଆ ନଥିବା, କେବଳ ବ୍ୟବସାୟିକ ଅଭିସନ୍ଧି ରଖୁଥିବା କିଛି ଇଣ୍ଡି ରାଇଟର୍ସମାନେ ଏହାର ସାହାଯ୍ୟ ନେବା ଆରମ୍ଭ କରିଦେଲେ । ଓଆଇଆଇ ଏଆଇ ନାମରେ ଏକ ଡାଟା ସାଇନ୍ସ କମ୍ପାନୀର ମୁଖ୍ୟ ଅଧିକାରୀ ବବ୍ ରୋଜର୍ସ କିଛି ବର୍ଷ ତଳେ କୃତ୍ରିମ ବୁଦ୍ଧିମତା ଉପରେ ଏକ ବହି ଲେଖିଥିଲେ, ଯାହା ତାଙ୍କୁ ଚାରି ବର୍ଷ ଲାଗିଯାଇଥିଲା । କିନ୍ତୁ ସେ ତାଙ୍କର ସଦ୍ୟ ପୁସ୍ତକକୁ ଲେଖିବା ପାଇଁ ଚାଟ୍ ଜିପିଟିର ସହାୟତା ନେଇଥିଲେ ଯାହାକି ତାଙ୍କୁ ମାତ୍ର ଦୁଇଦିନ ଲାଗିଲା ପୁସ୍ତକଟି ସାରିବାକୁ । ଶନିବାର ରବିବାର ଦୁଇଦିନ ଭିତରେ ସେ ବହିଟି ସାରିଥିଲେ । ଏହି ବହିର ନାମ ଥିଲା- ଚାଟ୍ ଜିପିଟି, ଏନ୍ଏଆଇ ଏକ୍ସପର୍ଟ ଆଣ୍ଡ ଏ ଲାୟର ୱାକ୍ ଇନ୍ ଟୁ ଏବାର.. ଦ ଇଭୋଲୁୃସନ ଅଫ୍ କ୍ରିଏଟିଭିଟି ଆଣ୍ଡ କମୁ୍ୟନିକେଶନ । ସାଧାରଣ ଲୋକଙ୍କ ମନଧାରଣା ରହିଥିଲା ଯେ କୁତ୍ରିମ ବୁଦ୍ଧିମତା ହୁଏତ କିଛିବି କରିଦେଇପାରେ , କିନ୍ତୁ ସାହିତ୍ୟ , ଖାସ୍ କରି କବିତାକୁ ବୁଝିବା ବା ତାକୁ ଅନୁବାଦ କରିବା ତା ପକ୍ଷେ ସମ୍ଭବ ନୁହେଁ । ତେବେ ଏହି ଧାରଣା ହେବାଟା ସ୍ୱାଭାବିକ । କାରଣ ଗପ କଥା ଅଲଗା କିନ୍ତୁ କବିତା କଥା ଦେଖିବାକୁ ଗଲେ ଏଥିରେ ରହିଥିବା ଭାବ, ଅନୁଭବ, କଳ୍ପନାଶୀଳତା, ରଚନାତ୍ମକତା, କଳାତ୍ମକତା, ସଂବେଦନଶୀଳତା କୁ କୁତ୍ରିମ ବୁଦ୍ଧିମତା ବୁଝିବା ସହଜ ନୁହେଁ । କାରଣ କବିତାର ବର୍ଣ୍ଣନା ଏତେ ସହଜ କଥା ନୁହେଁ । କହିବାକୁ ଗଲେ ମାତ୍ର ଏହାର ୭ଟି ପଂକ୍ତି କବିତାର ଗଭୀରତାକୁ ଏମିତି ଦର୍ଶାଇଥାଏ ତାକୁ ବୁଝିବା ମୁସ୍କିଲ । ଏଭଳି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ମୁଣ୍ଡ କୋଉଠୁ ଆସିବ ଏହାକୁ ବୁଝିବାକୁ । କିନ୍ତୁ ସଦ୍ୟଘଟିଥିବା ଚାଟ୍ ଜିପିଟି ଘଟଣା ଏଭଳି ଏକ କଥାକୁ ଯେମିତି ଚ୍ୟାଲେଞ୍ଜ କଲା ଭଳି ଲାଗୁଛି । କାରଣ ଆମେ ଯାହା ଭାବୁଛୁ ହୁଏତ ତାହା ସମ୍ଭବ ହୋଇପାରେ । କୁତ୍ରିମ ବୁଦ୍ଧିମତା ହୁଏତ ଏହି ଅସମ୍ଭବକୁ ସମ୍ଭବ କରିଦେଇପାରେ ।