ଭୁବନେଶ୍ୱର(ଏନଏନଏସ୍): ଲାଞ୍ଚ ନେଇ ବନ୍ଧା ହେଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ଏନେଇ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ଅନ୍ୟପଟେ ତହସିଲଦାରଙ୍କ ସହଯୋଗୀ ଫେରାର ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଗତକାଲି ଦିନ ତମାମ୍ ଚାଲିଥିଲା ରେଡ୍। ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଥିଲେ ଭିଜିଲାନ୍ସ ଟିମ୍ । କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ୟ୍ୟାଳୟ ଓ ଚଢେଇ ଭୋଳ, ଭଦ୍ରକ ଜିଲ୍ଲା ହସ୍ପିଟାଲ ସ୍ଥିତ ଘରେ ରେଡ୍ ଚାଲିଥିଲା। ସେହିଭଳି ତହସିଲଦାରଙ୍କ ସ୍ଥାବର ଅସ୍ତାବର ସମ୍ପତ୍ତି ସହିତ ବ୍ୟାଙ୍କ ଆକାଉଣ୍ଟ, ଜମିବାଡ଼ି କାଗଜପତ୍ରର ଯାଞ୍ଚ କରିଥିଲା ଭିଜିଲାନ୍ସ ।