ବ୍ୟସ୍ତ ବହୁଳ ଜୀବନରେ ନିଜ ପାଇଁ ସମୟ ବାହାର କରିବା ଏବେ କଷ୍ଟକର ହୋଇପଡୁଛି ., ଆଉ ଜୀବନର କିଛି ଏମିତି ମୁହୂର୍ତ୍ତ ଥାଏ ଯାହା ଆମକୁ ଅନେକ କିଛି ଶିଖିଇଦିଏ.,., ଆଉ ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନ କେବଳ ଅନ୍ୟର ସେବାରେ ହିଁ ବିତେଇଦିଅନ୍ତି .., ନିଜର ହଜାର ଜିନିଷରେ ଆବଶ୍ୟକତା ରହିଥିଲେ ବି ସେ ଅନାଥ ଆଉ ବେସାହାର ଲୋକଙ୍କ ଆବଶ୍ୟକତା କୁ ଆଗେ ପୂରଣ କରନ୍ତି । ହଁ ଆଜ୍ଞା ନିଜ କାମ ସାରି ଅନ୍ୟ ପାଇଁ ବିତେଇଛନ୍ତି ୨୨ ବର୍ଷ .,. ନିଜ ଇନକମ ରୁ କିଛି ବେସାହାରା ବା ଅନାଥଙ୍କ ମୁହଁ ରେ ହସ ଫୁଟାଇ ପାରିଛନ୍ତି । କଥାରେ ଅଛି ସେବା ଏମିତି ନିଶା ଯାହାକୁ କଲେ ସ୍ୱଗୀୟ ସୁଖ ମିଳେ ବା ଭଗବାନ ଖୁସି ହୁଅନ୍ତି ,., ସେବା କରିବାର ଇଚ୍ଚାଥିଲେ ବାଟ ଆପେ ଆପେ ଆସିଥାଏ ,. ସେମିତି ଏକ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି କରିମପୁର ପଶ୍ଚିମବଙ୍ଗର ଅର୍ପଣ ବାନାର୍ଜୀ .., ପାଖାପାଖି ୨୨ ବର୍ଷ ହେବ ଛଅ ଓ ସାତଟି ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ ର ଜରୁରୀ ଜିନିଷ ଦେଇ ସେମାନଙ୍କର ଯତ୍ନ ନିଅନ୍ତି ., ବିଶେଷକରି କୌଣସି ଉତ୍ସବ ପର୍ବ ରେ ସେଠାରେ ପହଂଚି ନୂଆ ଡ୍ରେସ ଓ ଉପହାର ଦେଇଥାନ୍ତି ।

ସବୁଠାରୁ ବଡ କଥା ହେଉଛି ଅର୍ପଣ ଏହି କାମ କରିବାପାଇଁକାହାଠାରୁ ସାହାର୍ଯ୍ୟ ମାଗିନଥିଲେ ,.ବା କୌଣସି ଟ୍ରଷ୍ଟ ଠାରୁ ଟଙ୍କା ଆଣିନଥିଆନଦତି ,. ନିଜେ ରୋଜଗାର କରୁଥିବା ଟଙ୍କାରୁ ହିଁ ସେ ଏମିତି କରିଥାଆନ୍ତି ଦିନେ କି ଦୁଇ ଦିନ ପାଇଁଏ ସେବା ନୁହେଁ ଏ ସେବା ହେଉଛି ନିୟମିତ । ସେବା ମନୋବୃତି କେମିତି ଅର୍ପଣ ଙ୍କୁ ମନକୁ ଆସିଲା ।ଏହାର ମୂଳ କାରଣ ଆସନ୍ତୁ ଜାଣିବା ଅର୍ପଣ ପିଲାବେଳେ ବହୁତ ଦୃଷ୍ଟ ଥିଲେ ସେଥିପାଇଁ ତାଙ୍କ ବାପା ମା ଷଷ୍ଠ ଶ୍ରେଣୀ ରେ ପଢିବାପାଇଁ ତାଙ୍କୁ ଏକ ଆଶ୍ରମ ରେ ଛଡି ଦେଇଥିଲେ ,. ତାଙ୍କୁ କେବଳ ମାସରେ ଗୋଟେ ଥର ହିଁ ନିଜ ମା ସେ ଭେଟି ପାରିଥିଲେ ।ହେଲେ ଆଶ୍ରମରେ ଏମିତି ଅନେକ ପିଲା ଥିଲେ ଯାହା କୁ ଦେଖା କରିବାକୁ କେହିଁ ବି ଆସୁନଥିଲେ । କାରଣ ସେମାନ ଅନାଥ ରହିଥିଲେ । ସେହି ଛୋଟ ବୟସରୁ ହିଁ ଅର୍ପଣ ଭାବିଥିଲେ ଯାହାର କେହିଁ ନାହିଁ ସେମାନଙ୍କୁ ମୁଁ ନିଜ ପରିବାର କରିବି, ଯାହା ଆଜି ପଯ୍ୟନ୍ତ ସେ କରିଆସିଛନ୍ତି । ପ୍ରଥମରୁ ଯେତେବେଳେ କିଛି ରୋଜଗାର ନଥିଲା ସେତେବେଳେ ସେ ଯାହାର ରକ୍ତର ଆବଶ୍ୟକତା ପଡୁଥିଲା ସେ ରକ୍ତଦାନ କରୁଥିଲେ ।ଏହାସହ ଏକ ଜମି କିଣା ବିକାର ଏଜେଣ୍ଟ ହୋଇଗଲେ ଯାହା ଟଙ୍କା ଆସିଲା ସେଥିରେ ସିଏ ନିଜ ସହର ର ଆଖପାଖରେ ଥିବା ବୃଦ୍ଧାଶ୍ରମ ଓ ଅନାଥଶ୍ରମ ରେ ପହଂଚି ସେବା ଓ ସାହାର୍ଯ୍ୟ କରିଆସନ୍ତି । ତାଙ୍କର ଏଭଳି କାମ ପାଇଁ ଆଜି ତାଙ୍କ ସାଙ୍ଗ ମାନେ ବି ସାହାର୍ଯ୍ୟ କରିବାକୁ ମନ ବଳାଇଲେଣି ।କେବଳ ଏତିକି ନୁହେଁରାସ୍ତା କଡରେ ଜୀବନ ବିତାଉଥିବା ବେସାହାର ଙ୍କୁ ଅର୍ପଣ ସବୁ ବୁଝିଥାନ୍ତି ।

https://youtu.be/3UKUhbOWIFM