ମାଟି ମା’ର ସୁରକ୍ଷା ପାଇଁ ଯିଏ ନିଜେ ଜୀବନକୁ ଉତ୍ସର୍ଗ କରିଥାଏ ସେ ସେନା । ଦେଶ ମାତୃକାର ସେବା ପାଇଁ ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ । ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ଡିସେମ୍ବର ୭ରେ ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରାଯାଏ । ଦେଶର ଜନସାଧାରଣଙ୍କ ଠୁ ପାଣ୍ଠି ସଂଗ୍ରହ କରାଯାଏ । ୧୯୪୯ରୁ ଏହି ଦିବସ ପାଳନ ହୋଇ ଆସୁଛି ।
ଭାରତୀୟ ପତାକା, ବ୍ୟାଚ, ଷ୍ଟିକର ଓ ଅନ୍ୟ ସାମଗ୍ରୀ ବିକ୍ରି ମାଧ୍ୟମରେ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ କଲ୍ୟାଣ ଲାଗି ଲୋକଙ୍କ ଠାରୁ ପାଣ୍ଠି ସଂଗ୍ରହ ଏହି ଦିବସର ଉଦ୍ଦେଶ୍ୟ । ୧୯୪୯ ଅଗଷ୍ଟ ୨୮ ତାରିଖରେ ଭାରତର ତତକାଳୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଥିଲା । ସଶସ୍ତ୍ର ବାହିନୀରେ ସେବା ପ୍ରଦାନ କରିଥିବା ବ୍ୟକ୍ତି ଓ ପୂର୍ବ କର୍ମଚାରୀଙ୍କ କଲ୍ୟାଣ ଏବଂ ଯୁଦ୍ଧରେ ଶହୀଦ ସେନାଙ୍କ ଥାଇଥାନରେ ଯୋଗାଡ ହୋଇଥିଲା ଅର୍ଥ ଲାଗେ । ଦେଶସେବା କରି ଶହୀଦ ହୋଇଥିବା ସେନା ଅଧିକାରୀଙ୍କ ପ୍ରତି ଏହି ଦିବସରେ କୃତଜ୍ଞତା ଜ୍ଞାପନ କରାଯାଏ ।
ଯୁଦ୍ଧ କ୍ଷୟକ୍ଷତିର ପୂନର୍ବାସ, ସେନାଙ୍କ ପରିବାର କଲ୍ୟାଣ, ଥଇଥାନ ଏବଂ ପୂର୍ବ ସେନା କର୍ମଚାରୀ ଓ ସେମାନଙ୍କ ପରିବାର କଲ୍ୟାଣ ପାଇଁ ଏହି ଦିବସ ପାଳନ କରାଯାଏ । ଏହି ଦିନ ସେନାଙ୍କ ବଳିଦାନକୁ ମନେ ପକାଇ ସେମାନଙ୍କ ଉଦ୍ଦେଶ୍ୟରେ ଦେଶାତ୍ମବୋଧକ କାର୍ଯ୍ୟ କରାଯାଏ ।