ରାଜ୍ୟରେ ଆଜି ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଚିହ୍ନଟ ହୋଇଥିବା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟର ଅନୁଧ୍ୟାନ ଚାଲୁଥିବା ନେଇ ସୂଚନା ଦେଇଛନ୍ତି ଆଇଏଲଏସ ।
ଗତ ୨୧ ତାରିଖରେ ପ୍ରଥମେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜଣେ ସୁସ୍ଥ ହେବା ପରେ ମଙ୍ଗଳବାର ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ବିଦେଶରୁ ଫେରିଥିବା ୧୨ ଜଣଙ୍କ ଜିନମ ସିକ୍ବେନ୍ସିଂ କରାଯାଇଥିଲା । ୧୨ ଜଣଙ୍କ ମଧ୍ୟରୁ ୫ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।