ମାଲକାନଗିରି ଜିଲ୍ଲା ବ୍ୟବସାୟୀ ସଂଘର ପ୍ରଥମ ବାର୍ଷିକୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସହରର ପ୍ରତ୍ୟେକ ଛୋଟ ବଡ ବ୍ୟବସାୟୀ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । ଉପସ୍ଥିତ ସମସ୍ତ ବ୍ୟବସାୟୀ ଗଣ ନିଜର ନାମ ପଞ୍ଜିକରଣ କରିଥିଲେ । ଜୟପୁର ବ୍ୟବସାୟୀ ସଂଘର ଉପଦ୍ଦେଷ୍ଠା ଅଞ୍ଜନି ଅଗ୍ରୱାଲ ମୁଖ୍ୟ ଅତିଥି , ଉପସଭାପତି ଶଶିଧର ପଟ୍ଟନାୟକ, ସାଧାରଣ ସମ୍ପାଦକ ଭି ପ୍ରଭାକର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ସମ୍ମାନୀତ ବକ୍ତା ଭାବେ ଅନୁପ ପାତ୍ର ଏବଂ ଗଣେଶ ଆଚାର୍ଯ୍ୟ ଯୋଗଦେଇ ଏକ ମଜବୁତ ସଂଗଠନ ଗଢିବାରେ ସମସ୍ତଙ୍କ ସହଯୋଗ ଲୋଢ଼ିଥିଲେ। ମାଲକାନଗିରି ବ୍ୟବସାୟୀ ସଂଘର ସଭାପତି ସୁରେଶ ସୋମନି ସଭାକାର୍ଯ୍ୟ ରେ ଅଧ୍ୟକ୍ଷତା କରି ସଙ୍ଗଠନ ଗଢିବାର ଉଦ୍ଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ କହିଥିଲେ। ସଂଘ ଗଠନର ଉଦ୍ଦେଶ୍ୟ ଜାଣିବା ସହ ଏକ ମଜବୁତ ସଂଗଠନ ଗଢିବା ନେଇ ଆଲୋଚନା ହୋଇଥିଲା ।