ବିଜୟୀ ସେ ନୁହେଁ ,ଯିଏ ଜୀବନରେ କେବେ ହରିନଥାଏ,,, ପ୍ରକୃତ ବିଜୟୀ ତ ସିଏ, ଯିଏକି ହାରି ସାରିବା ପରେ ବି ଚେଷ୍ଟା ଜାରି ରଖିଥାଏ। ଅର୍ଥାତ୍ କଥାରେ ଅଛି, ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ କେବେ ବି ଜୀବନରେ ହାରନ୍ତି ନାହିଁ ,। ଏହି ଉକ୍ତି କହିବାର ଅର୍ଥ ହେଉଛି ଜଣେ ଫେରିବାଲାଙ୍କ ପୁଅ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୭୬୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ବିହାରର ଅନିଲ ବାସକ ସର୍ବଭାରତୀୟ ସ୍ଥରରେ ୪୫ ରାଙ୍କ୍ ପାଇଛନ୍ତି ।ବିହାରର କିଶାନଗଞ୍ଜ ଜିଲ୍ଲାର ଅନିଲ ବାସକ ନିଜ ପାଇଁ ଏବଂ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅନିଲ ଅତି ସରଳ ପରିବାରରୁ ଆସି ଆଜି ଏତେବଡ ସଫଳତା ପାଇଛନ୍ତି ।
ଏହା ସମ୍ଭବ ହୋଇଚି କେବଳ ତାଙ୍କର କଠିନ ପରିଶ୍ରମ ପାଇଁ।ବାପା ସାଇକେଲରେ ବୁଲି ବୁଲି ପୋଷାକ ବିକ୍ରିକରି ସ୍ବଳ୍ପ ରୋଜଗାର କରନ୍ତି । କିନ୍ତୁ ଅନିଲ ଏହାକୁ ନିଜର ଦୁର୍ବଳତା ବୋଲି କେବେ ଭାବି ନଥିଲେ ବରଂ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ଆଗକୁ ଯିବାପାଇଁ ପ୍ରେରଣା ଯୋଗାଇଥିଲା ।ଏହା ଭିତରେ ଅନିଲ କହିଛନ୍ତି ଯେ, ‘କୌଣସି କାମ ଛୋଟ ଏବଂ ବଡ ନୁହେଁ । ମୋ ବାପାଙ୍କ କଠିନ ପରିଶ୍ରମ ଦେଖି ମୁଁ ଜଣେ ଭଲ ଅଫିସର ହେବାକୁ ଚାହୁଁଥିଲି । ଯାହାଫଳରେ ମା ଏବଂ ବାପା ବିଶ୍ରାମ କରିବାର ସୁଯୋଗ ପାଇପାରିବେ । ଏଵଂ ଅମର ଆର୍ଥିକ ସଙ୍କଟ ଦୂର ହୋଇପାରିବ। ଏହି କଥାକୁ ଅଖି ଆଗରେ ରଖି ପିଲାଦିନରୁ ପାଠପଢା ପ୍ରତି ଅହେତୁକ ଆଗ୍ରହ ଥିବା ଅନିଲ ବସାକ ତୃତୀୟ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ସେ ପ୍ରି ଏବଂ ମେନ୍ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିଲେ । ଦ୍ୱିତୀୟରେ ସେ ୬୧୬ତମ ରାଙ୍କ୍ ମଧ୍ୟ ପାଇଥିଲେ । ଦ୍ୱିତୀୟ ପ୍ରୟାସ ପରେ ସେ ଆୟକର କମିଶନର selection ହୋଇଥିଲେ ,କିନ୍ତୁ ଆଇଏଏସ୍ ହେବାର ଇଚ୍ଛା ତାଙ୍କୁ ଅଗକୁ ଯିବାକୁ ବେଶ ଉତ୍ସାହିତ କରିଥିଲା । ତେଣୁ ସ୍ୱତନ୍ତ୍ର ଛୁଟି ଆବେଦନ କରି ଆଇଏଏସ୍ ପାଇଁ ଲାଗିପଡିଲେ ଅନିଲ । ଏଥର UPSC ୨୦୨୦ରେ ସେ ସର୍ବଭାରତୀୟ ସ୍ତରରେ ୪୫ତମ ସ୍ଥାନ ଅକ୍ତିଆର କରି ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଅନିଲ କିଶାନଗଞ୍ଜ ଓରିଏଣ୍ଟାଲ୍ ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ୨୦୧୧ ମସିହାରେ ଆରାରିୟା ପବ୍ଲିକ୍ ସ୍କୁଲରୁ ଦଶମ ପରୀକ୍ଷା ଦେଇଥିଲେ ଏବଂ ୨୦୧୩ରେ ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ୨୦୧୪ ମସିହାରେ ଆଇଆଇଟି ଦିଲ୍ଲୀରୁ ସିଭିଲ୍ ଇଞ୍ଜିନିୟରିଂ ଆଡମିଶନ କରିଥିଲେ । ସେ ୨୦୧୮ରେ ଇଞ୍ଜିନିୟରିଂ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍ ହୋଇପାରିଥିଲେ । ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କ ପିତା ମଧ୍ୟ ଅନିଲଙ୍କୁ ଆଗକୁ ପଢାଇବାକୁ ଅସମର୍ଥ ହୋଇଥିଲେ। ପିଲାଦିନରୁ ପରିବାରର ଏଭଳି ସ୍ଥିତି ଲାଗିରହିଥିଲା ତେଣୁ ଅନିଲ ଏଥିପାଇଁ ବିଚଳିତ ହୋଇନଥିଲେ । ଭାରତୀୟ ପ୍ରଶାସନିକ ସେବା ଏମିତି ଏକ ସେବା ଯାହାକୁ ପାଇବା ଏତେଟା ସହଜ ନୁହେଁ । କିନ୍ତୁ କଠିନ ପରିଶ୍ରମ, ଏକାଗ୍ରତା ଏବଂ ଧୌର୍ଯ୍ୟ ନିଶ୍ଚୟ ଜଣକୁ ସଫଳତାର ଶିର୍ଷରେ ପହଞ୍ଚାଇ ଦିଏ। ସେହିଭଳି ପ୍ରତି ବର୍ଷ ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷା ଦେଉଥିବା ବେଳେ ମାତ୍ର କିଛି ପିଲା ଏଥିରେ କୃତକାର୍ଯ୍ୟ ହୋଇ ନିଜ ଲକ୍ଷ୍ୟ ପୂରଣ କରିଥାନ୍ତି । ତେବେ ୨୦୨୦ ମସିହାରେ ୟୁପିଏସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଯେଉଁ ଫଳ ପ୍ରକାଶ ପାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ଆଶାୟୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ବିହାରର ଆଶାୟୀଙ୍କ ସଫଳତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ବିହାରର ଶିକ୍ଷା ବ୍ୟବସ୍ଥାକୁ ନେଇ ଜାତୀୟ ସ୍ତରରେ ଆଲୋଚନା ହେଉଥିବା ବେଳେ ଏହି ରାଜ୍ୟ ପାଇଁ ଏବେ ଗୌରବ ଆଣିଛନ୍ତି ୩ ୟୁପିଏସି ଆଶାୟୀ । ଗତକାଲି ପ୍ରକାଶିତ ତାଲିକାରେ ଶୁଭମ କୁମାର ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଶୁଭମ ନିଜର ସଫଳତା ପାଇଁ ଖୁସି ଜାହିର କରିଥିବା ବେଳେ ସେ ଏବେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି। #NNSODIA #AnilBasak #UPSC #UPSCTopper #IAS