ପୁରୀ(ଏନଏନଏସ୍): ଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି ମହାପ୍ରଭୁ । ଏନେଇ ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି ।
ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବା ପରେ ଆସନ୍ତାକାଲି ଲାଗି ହେବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ପ୍ରସ୍ତୁତି କରାଯାଇଥାଏ। ଶନିବାର ଠାରୁ ମହାପ୍ରଭୁଙ୍କୁ ଓଷ ଲାଗି ହେବ। ସେପଟେ ଅଣସର ସମୟରେ ଦୁଇ ବେଳା ମହାପ୍ରଭୁଙ୍କ ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରିବା ବିଧି ରହିଛି।