ନିର୍ବାଚନ ଦିନ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବରଗଡ଼ ସଦର ଥାନା ସରସରା ଗାଁର ହତ୍ୟା କାଣ୍ଡ । ଘଟଣାର ଦୁଇ ଅଭିଯୁକ୍ତଙ୍କ ଭିତରେ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଫେରାର ଥିବା ବେଳେ ଅନ୍ୟ ଅଭିଯୁକ୍ତ ମନୋଜ ନାଗ କୁ ପୋଲିସ ଗିରଫ କରିଛି । ସରସରା ଗାଁର ବିଶ୍ୱନାଥ ମିର୍ଧାଙ୍କୁ ଛୁରୀରେ ହତ୍ୟା କରି ଫେରାର ଥିଲେ ଅଭିଯୁକ୍ତ । ଏହି ଘଟଣାକୁ ନେଇ ରାଜ୍ୟ ନିର୍ବାଚନ କମିଶନର ପ୍ରେସ ମୀଟ୍ ମଧ୍ୟ କରି ଏହା ନିର୍ବାଚନୀ ହିଂସା ନୁହେଁ ବୋଲି କହିଥିଲେ ।ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଏହି ହତ୍ୟା ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରେ ପୋଲିସ କହିଥିଲା । କିନ୍ତୁ ଆଜି ବରଗଡ଼ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଅଟୋ ଚାଳକ ବିଶ୍ଵନାଥ ମିର୍ଦ୍ଧା ଓ ଅଭିଯୁକ୍ତଙ୍କ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ କଥା କଟାକଟି ହୋଇଥିଲା ।
ଶେଷରେ ମନୋଜ ଓ ଅଶୋକ ମିଶି ବିଶ୍ଵନାଥ ଙ୍କୁ ଛୁରୀ ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ବିଶ୍ଵନାଥ ଙ୍କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପ୍ରବଳ ରକ୍ତ ସ୍ରାବ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଘଟଣାର ପାଞ୍ଚ ଦିନ ପରେ ସରସାରା ଗାଁର ଅଭିଯୁକ୍ତ ମନୋଜ ନାଗ ଙ୍କୁ ପୋଲିସ ଆଜି ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରିଛି ବୋଲି କହିଛନ୍ତି ।
https://youtu.be/fkcgWje0l-o
Plugin Install : Subscribe Push Notification need OneSignal plugin to be installed.