ମୁମ୍ବାଇ :ବଲିଉଡ ଅଭିନେତା ଅମୀର ଖାନ ଏବଂ ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ଆଜି ଏକ ମିଳିତ ବିବୃତ୍ତିରେ ବିବାହର ୧୫ ବର୍ଷ ପରେ ଛାଡପତ୍ର ଘୋଷଣା କରିଛନ୍ତି। ଏହି ଦମ୍ପତି କହିଛନ୍ତି ଯେ ସେମାନେ ସେମାନଙ୍କର ପୁଅ ଆଜାଦ ରାଓ ଖାନଙ୍କର ମିଳିତ ଭାବରେ ନିଜର ଦାଇତ୍ୱ ତୁଲାଇବେ ଏବଂ ଦୁହିଁଙ୍କର ପାନି ଫାଉଣ୍ଡେସନରେ ବୃତ୍ତିଗତ ସହଭାଗୀତା ଏବଂ ‘ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଜାରି ରଖିବେ।
ତେବେ ସେମାନେ ଲେଖିଛନ୍ତି ଯେ ଏହି ୧୫ ସୁନ୍ଦର ବର୍ଷରେ ଆମେ ଏକ ସୂନ୍ଦର ଜୀବନ ଅନୁଭୂତି, ଆନନ୍ଦ ଏବଂ ହସ ବାଣ୍ଟିଛୁ ଏବଂ ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ବଢିଛି । ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ – ଆଉ ସ୍ୱାମୀ-ସ୍ତ୍ରୀ ନୁହେଁ, ବରଂ ପରସ୍ପର ପାଇଁ ସହ-ପିତାମାତା ଏବଂ ପରିବାର ଭାବରେ ବୋଲି ଆମିର ଖାନ ଏବଂ କିରଣ ରାଓ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଅମୀର ଏବଂ କିରଣ କିଛିଦିନ ପୂର୍ବରୁ ଅଲଗା ହୋଇଥିଲେ ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ଅଲଗା ରହିବା ସତ୍ୱେ ସେମାନେ ନିଜ ପୁଅ ଆଜାଦ ରାଓ ଖାନଙ୍କୁ ଏକାଠି ଲାଳନପାଳନ କରିବେ। ପରିବାର ପରି ଆମ ଜୀବନକୁ ବାଣ୍ଟିବା ସହ ଆମେ ଆମ ପୁଅ ଆଜାଦଙ୍କ ପ୍ରତି ଉତ୍ସର୍ଗୀକୃତ ପିତାମାତା ଅଟୁ, ଯାହାକୁ ଆମେ ଏକାଠି ପାଳନ ପୋଷଣ କରିବୁ ଏବଂ ବଢାଇବୁ ବୋଲି ବିବୃତ୍ତିରେ କୁହାଯାଇଛି । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବେଶ୍ କିଛି ଦିନ ଆଗରୁ ଆମେ ବିଚ୍ଛେଦ ଯୋଜନା ଆରମ୍ଭ କରିଥିଲୁ। ଏବେ ସେ ବ୍ୟବସ୍ଥାକୁ ଔପଚାରିକ କରିବା ଲାଗି ଆମେ ସହଜ ମଣୁଛୁ। ପୃଥକ୍ ବାସ କରି ସୁଦ୍ଧା ସମ୍ପ୍ରସାରିତ ପରିବାର ଭଳି ଆମେ ଜୀବନର ହର୍ଷବିଷାଦ ବାଣ୍ଟକୁଣ୍ଟ କରିବୁ। ଆମ ପୁତ୍ର ଆଜାଦକୁ ଏକତ୍ର ଲାଳନପାଳନ କରିବା ଲାଗି ଆମେ ସମର୍ପିତ ପିତାମାତା ହୋଇ ରହିବୁ। ଚଳଚ୍ଚିତ୍ର, ‘ପାନି ଫାଉଣ୍ଡେସନ୍’ ଏବଂ ଆମର ବିଶେଷ ଆଗ୍ରହ ଥିବା ଅନ୍ୟାନ୍ୟ ପ୍ରକଳ୍ପରେ ପରସ୍ପରର ସହଯୋଗୀ ଭାବେ କାର୍ଯ୍ୟଧାରା ବଜାୟ ରଖିବୁ। ନିରନ୍ତର ସାହାଯ୍ୟ ସହାନୁଭୂତି ଓ ଆମ ସମ୍ପର୍କର ଏଭଳି ବୁଝାମଣାକୁ ହୃଦୟଙ୍ଗମ କରିଥିବାରୁ ଆମ ପରିବାର ଓ ବନ୍ଧୁବାନ୍ଧବଙ୍କୁ ଅନେକ ଅନେକ ଧନ୍ୟବାଦ। ସେମାନଙ୍କ ବିନା ଆମେ ଏତେ ବଡ଼ ପଦକ୍ଷେପ ନେଇ ପାରି ନ ଥାନ୍ତୁ। ଶୁଭେଚ୍ଛା ଏବଂ ଆଶୀର୍ବାଦ ନିମନ୍ତେ ଆମେ ଆମ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛୁ। ବିବାହ-ବିଚ୍ଛେଦ ଯେ, ଅବସାନ ନୁହେଁ, ଗୋଟାଏ ନୂତନ ଯାତ୍ରାର ଅୟମାରମ୍ଭ ବୋଲି ଆମ ପରି ଆପଣମାନେ ମଧ୍ୟ ବୁଝିପାରିବେ ବୋଲି ଆଶା କରୁଛୁ।