ଭାଗ୍ୟ କେତେବେଳେ କାହାର ସାଥ ଦିଏ କହି ହୁଏନାହିଁ । ଭାଗ୍ୟଦେବୀଙ୍କ ଦୟା ହେଲେ କ୍ଷଣକ ମଧ୍ୟରେ ଜଣେ ଭିକାରୀରୁ କୋଟିପତି ବନି ଯାଏ ତ କିଏ କୋଟିପଟିରୁ ସିଧା ଦାଣ୍ଡର ଭିକାରି ପାଲଟିଯାଏ । ତେବେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୁଣ୍ଡରେ ଭାଗ୍ୟ ସୁନା କଳସ ଢାଳିଛି । ଆମ୍ବୁଲାନ୍ସ ଡ୍ରାଇଭର ଜଣକ 270 ଟଙ୍କାରେ କିଣିଥିବା ଲଟେରୀ ଜିତି କୋଟିପତି ହୋଇ ଯାଇଛନ୍ତି । ଏମିତ ଚମତ୍କାର ଦେଖିବାକୁ ମିଳିଛି ପଶ୍ଚମବଂଗ ବର୍ଦ୍ଧମାନ ଜିଲ୍ଲାରେ ରହୁଥିବା ଶେଖ୍ ହିରାଙ୍କ କ୍ଷେତ୍ରରେ । କୁହାଯାଉଛି ଯେ ଶେଖ ସକାଳେ 270 ଟଙ୍କା ମୂଲ୍ୟର ଏକ ଲଟେରୀ ଟିକେଟ କିଣିଥିଲେ । ଅପରାହ୍ନରେ ଲଟେରୀର ଫଳାଫଳ ବାହାରିଲା ପରେ ସେ ଏକ କୋଟି ଟଙ୍କାର ଜ୍ୟାକପଟ୍ ଜିତିଥିଲେ | ଏକ କୋଟିର ଲଟେରୀ ଜିତିବା ପରେ ସେ ପ୍ରଥମେ ଏକଥାକୁ ବିଶ୍ୱାସ କରିପାରିନଥିଲେ । ସେ ଯାଞ୍ଚ ପରଖ କରିବା ପରେ ଏହା ସତ ବୋଲି ଜାଣିବା ପରେ ତାଙ୍କ ଖୁସିର ଠିକଣା ନଥିଲା । କିନ୍ତୁ ଅଟେ ଟଙ୍କା ପାଇଁ ସେ ଭୟଭୀତ ହୋଇଯାଇଥିଲେ, ପରେ ସେ ସିଧା ପୋଲିସ ଷ୍ଟେସନକୁ ଯାଇଥିଲେ। ଟଙ୍କାକୁ କିଭଳି ନିରାପଦରେ ରଖିବେ ସେ ନେଇ ସେ ପୋଲିସର ସହାୟତା ମଧ୍ୟ ଲୋଡ଼ିଥିଲେ । ଶେଖ କହିଥିଲେ ଯେ ତାଙ୍କର ଟଙ୍କା ବହୁତ ଦରକାର ଥିଲା ତେଣୁ ସେ ସବୁବେଳେ ଲଟେରୀ ଟିକେଟ କିଣୁଥିଲେ। କିନ୍ତୁ, କୁହାଯାଏ ଯେ ‘ଭଗବାନଙ୍କ ଘର ବିଳମ୍ବ କିନ୍ତୁ ଅନ୍ଧକାର ନୁହେଁ’ | ତାଙ୍କର ଭାଗ୍ୟ ବଦଳିଗଲା ଏବଂ ସେ କୋଟିପତି ହୋଇଗଲେ | ଏତେ ପରିମାଣର ଅର୍ଥ କଣ କରିବ ବୋଲି ପଚରାଯିବାରୁ ସେ କହିଥିଲେ ଯେ ମୁଁ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛି | ମୋ ମାଙ୍କ ଦେହ ବହୁତ ଅସୁସ୍ଥ । ଏହି ଟଙ୍କାରେ ମୁଁ ମୋ ମା’ଙ୍କୁ ଚିକିତ୍ସା କରିବି | ଏକ ସୁନ୍ଦର ଘର ମଧ୍ୟ ନିର୍ମାଣ କରିବି | ଏଥିସହିତ ଲଟେରୀ ଟିକେଟ ବିକ୍ରି କରୁଥିବା ବେଶେକ ହନିଫ ମଧ୍ୟ ବହୁତ ଖୁସି ଅଛନ୍ତି। ସେ କୁହନ୍ତି ଯେ ଆଜି ପର୍ଯ୍ୟନ୍ତ ମୋ ଦୋକାନରୁ ସେପରି କୌଣସି ଜ୍ୟାକପଟ୍ ଲାଗିନଥିଲା ।