କଲଭର୍ଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର | ଧରାପଡିଯିବା ଭୟରେ ରାତିରେ ହେଉଛି କାମ | ଅଲଟ୍ରାଟେକ ସିମେଣ୍ଟରେ କାମ ହେଉଥିବା ଦିନରେ ଲୋକଙ୍କୁ ଦେଖାଉଥିବା ବେଳେ ରାତିରେ ଗଜପତି ସେମେଣ୍ଟରେ ହେଉଛି କାମ l ପୋଲ କାମରେ ୧୬ ଏମଏମ ରଡ ବ୍ୟବହାର ହେବାକୁ ଥିବା ବେଳେ ୮ ଏମ ଏମ ଏବଂ ୧୨ ଏମ ଏମ ରଡ଼ ହେଉଛି ବ୍ୟବହାର l ଏଭଳି ସଂଗୀନ ଅଭିଯୋଗ ଆସିଛି ମାଲକାନଗିରି ସଦର ମହକୁମା ସ୍ଥିତ ୱାର୍ଡ ନମ୍ବର ୨ରେ | କର୍ଲଭଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ।
ମାଲକାନଗିରି ସଦର ମହକୁମା ସ୍ଥିତ ୱାର୍ଡ ନମ୍ବର ୨ ଠାରେ ରାସ୍ତା ଏବଂ ଗୃହ ବିଭାଗ ପକ୍ଷରୁ ଚାଲିଛି କର୍ଲଭଟ ନିର୍ମାଣ | ଏହି କାମରେ ନିମ୍ନମାନର ବାଲି, ସିମେଣ୍ଟ, ମେଟାଲ ବ୍ୟବହାରକୁ ନେଇ ଅଭିଯୋଗ କରିଛନ୍ତି ସାହି ବାସିନ୍ଦା l ଉକ୍ତ ସ୍ଥାନରେ ରହିଥିବା ପୁରୁଣା କଲଭର୍ଟ ୧୬ ଏମଏମ ରଡରେ ତିଆରି ହୋଇଥିବା ବେଳେ ବର୍ତମାନ ନିର୍ମାଣ ହେଉଥିବା କର୍ଲଭର୍ଟରେ ୮ ଏମଏମ ଏବଂ ୧୨ ଏମ ଏମ ରଡ଼ ବ୍ୟବହାର ହେଉଛି l କାର୍ଯ୍ୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ଦର୍ଶନ ମିଳି ନାହିଁ | ଠିକାଦାର ନି ଇଚ୍ଛା ଅନୁସାରେ ସରକାରଙ୍କ ନିୟମକୁ ବେଖାତିର କରି ଦିନ ବଦଳରେ ରାତିରେ କର୍ଲଭର୍ଟ ନିର୍ମାଣ କାଯ୍ୟ କରୁଛନ୍ତି l ସରକାରୀ ଭାଗ ମାପ ବଦଳରେ କଣ୍ଟ୍ରାକ୍ଟର ଜଣକ ଅଧିକ ଲାଭ ଆଶାରେ ନିମ୍ନମାନର କାର୍ଯ୍ୟ କରୁଥିବା ସାହି ବାସିନ୍ଦା ପ୍ରକାଶ କରିଛନ୍ତି l ପୂରୁଣା କର୍ଲଭର୍ଟ ନିର୍ମାଣର ୨୫ ବର୍ଷରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ଏହା ସଠିକ ଭାବରେ କାମ କରୁଥିଲା | କିନ୍ତୁ ସାମୁହିକ ସ୍ୱାର୍ଥ ବଦଳରେ ଯନ୍ତ୍ରୀ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସ୍ୱାର୍ଥ ହାସଲ ନିମନ୍ତେ ଚାଲିଛି ନିମ୍ନମାନର କାମ | ଆଗାମୀ ଦିନରେ ଏହି ଭଳି ନିମ୍ନମାନର କାର୍ଯ୍ୟ ଜାରି ରହିଲେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ନେଇ ସାହିବାସିନ୍ଦା ଚେତାବନୀ ଦେଇଛନ୍ତି l