ଭୁବନେଶ୍ୱର(ଏନଏନଏସ୍): ପୁଣି ଖରା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ତାତି ରହୁଥିବାରୁ ଦୁଇ ଦିନ ପାଇଁ ପୁଣି ଥରେ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୧୯ ଓ ୨୦ ଦୁଇଦିନ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବା ସହ ଅଙ୍ଗନବାଡି କେନ୍ଦ୍ର ସବୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
ଅନ୍ୟପଟେ ପରବର୍ତ୍ତି ନିଷ୍ପତ୍ତି ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ନିଆଯିବ ବୋଲି ସୂଚନା ଜାରି କରାଯାଇଛି । ପୂର୍ବରୁ ଗ୍ରଷ୍ମ ପ୍ରଭାବକୁ ଦୃଷ୍ଟି ରେ ରଖି ୧୨ ରୁ ୧୬ ଯାଏ ଛୁଟି ଘୋଷଣା କରାଯାଇଥିଲା । ତେବେ ୧୭ ତାରିଖରୁ ପୁଣି ସକାଳୁଆ ସ୍କୁଲ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ପୁଣିଥରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।