ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ ପକ୍ଷରୁ ଦିଆଯାଇଛି ଧାରଣା | ୭ ଦଫା ଦାବୀ ପୂରଣ ନେଇ ଆଜି ଖୋର୍ଦ୍ଧା ରୋଡ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗାର୍ଡ କାଉନସିଲ କର୍ମକର୍ତ୍ତା I ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ସହ ନାରାବାଜି ସ୍ଲୋଗାନ ଦେଇଥିଲେ I ଗାର୍ଡମାନେ ଡ୍ୟୁଟି ସମୟରେ ବ୍ୟାଗ ପରିବର୍ତ୍ତେ ଆଗରୁ ଯେମିତି ବାକ୍ସ ନେଇ ଯାଉଥିଲେ ସେମିଟି ବାକ୍ସ ନେବା ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି | ଏଥିସହ ଆହୁରି 6ଟି ଦାବି ପୂରଣ ପାଇଁ ଦିଆଯାଇଛି ଧାରଣା |
ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଆଜି ଡିଆର୍.ଏମ ଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଅଲ୍ ଇଣ୍ଡିଆ ଗାର୍ଡ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି I ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ କରାଯାଏ ତେବେ କାଉନସିଲ ପକ୍ଷରୁ ଏହି ପ୍ରତିବାଦକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି I