ଅଖି ମୁଠି ଅନୁକୂଳ କଲେ ବିଧାୟକ | ମାଟି ମାଆଙ୍କୁ ପୂଜାର୍ଚ୍ଚନା କଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା | ମାଟି ମାଆ ନିକଟରେ ସେ ନଡିଆ ବାଡେଇ କରିଥିଲେ ଶୁଭ ଅନୁକୂଳ | କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଧାୟକ ବେହେରା |
ଏହି ଉତ୍ସବରେ ବ୍ରାହ୍ମଣ ଡକାଇ ମାଟି ମାଆ ଓ ନୂଆ ଧାନ ବିହନକୁ ପୂଜା କରାଯାଇଥିଲା । ପରେ ଜମିରେ ହଳ ବଳଦ ଦ୍ୱାରା ଚାଷକାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ବିଧାୟକ ବେହେରା ଜମିରେ ଧାନ ବିହନ ବୁଣି ଚାଷ କାମର ଅନୁକୂଳ କରିଥିଲେ । ଏହାପରେ କୃଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ, ମଧୂଛନ୍ଦା ମହାନ୍ତି ଓ କୃଷି ବିଭାଗର ଡିପିଡି ଆତ୍ମା ମନୋରଞ୍ଜନ ରାଉଳ, କେନ୍ଦ୍ରାପଡା କୃଷି ଅଧିକାରୀ କଲ୍ୟାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ | ସଖାଳ ୭ ରେ ଅଖିମୁଠି ବିହନ ଅନୁକୂଳ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ | ତେଣୁ ସକାଳ ୬ଟାରୁ ରାଜକନିକା, ମାର୍ଶାଘାଇ ବ୍ଲକରୁ କୃଷକ ମାନେ ଆସି ବସିଥିଲେ | ହେଲେ ଅଖି ମୁଠି କାର୍ଯ୍ୟକ୍ରମ ବିଳମ୍ବରେ ହେବାରୁ କୃଷକମାନେ କ୍ଷୋଭ ପ୍ରକାଶ କରିଥିଲେ |