ଦୀର୍ଘ ୩ ମାସର ବ୍ୟବଧାନ ପରେ ରାଜ୍ୟରେ ବିଭିନ୍ନ ମନ୍ଦିର ସାଧାରଣଲୋକଙ୍କ ଦର୍ଶନ ନିମନ୍ତେ ଖୋଲିଛି ।ସେହିପରି ଭଦ୍ରକର ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ସାଧାରଣ ଦର୍ଶନ ପାଇଁ ଖୋଲିଛି । କରୋନା ସଂକ୍ରମଣ ର ଦ୍ୱିତୀୟ ଲହର ପାଇଁ ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ମାସ ମାସ ଧରି ବାବାଙ୍କୁ ଦର୍ଶନ ନପାଇ ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଆଜି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଛୁଟି ଆସିଛନ୍ତି । କୋଭିଡ କଟକଣା ମଧ୍ୟରେ ବାବାଙ୍କୁ ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି । ଦୀର୍ଘ ଦିନ ପରେ ମନ୍ଦିର ଖୋଲୁଥିବାରୁ, ସକାଳୁ ସକାଳୁ କେଉଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ପିଠକୁ ଛୁଟି ଆସିଛନ୍ତି । ଶ୍ରଦ୍ଧାଳୁ ମାନେ କିପରି ଶୃଙ୍ଖଳିତ ଭାବେ ବାବାଙ୍କୁ ଦର୍ଶନ କରିବେ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ମନ୍ଦିର ମଧ୍ୟକୁ ଭକ୍ତ ମାନଙ୍କର ଭୋଗ ଯାଇପାରିବ ନାହିଁ ଏବଂ ମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ ଙ୍କୁ ଛୁଇଁ ପାରିବେ ନାହିଁ ବୋଲି ନିଷେଧ କରା ଯାଇଛି। ଦର୍ଶନ ସମୟ ସେହିପରି ସକାଳ ୬ ଟା ଠାରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି । ପ୍ରଶାସନର ସମସ୍ତ ପ୍ରକାରର କୋଭିଡ କଟକଣା ଭିତରେ ଭକ୍ତ ମାନେ ସ୍ୱତନ୍ତ୍ର ବ୍ୟାରିକେଡରେ ଆସିବା ଏବଂ ମାସ୍କ ପିନ୍ଧିବା ସାନିଟାଇଜ କରିବା ବ୍ୟବସ୍ଥା ମଧ୍ୟ କରା ଯାଉଛି।୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ବୟସ ଯାତ୍ରୀଙ୍କୁ ମନ୍ଦିର ପ୍ରବେଶ ନିଷେଧ କରାଯାଇଛି ଏବଂ ପ୍ରତ୍ୟେକ ଶନିବାର ମନ୍ଦିର ସାନିଟାଇଜ ହେବ ସେଥି ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ। । ଭିଡ଼କୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରା ଯାଇଛି।
#bhadrak #Akhandalamani #Temple #NNSODIA