ସରିଲା ଆରଡ଼ି ର ବାବା ଆଖଣ୍ଡଳମଣି ଙ୍କ ଶିବ ବିବାହ
କୋଭିଡ କଟକଣା ସହିତ ଆରଡ଼ି ରେ ୧୪୪ ଧାରା ଜାରି ରହିଥିଲା।
ଆରଡ଼ି:ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ସରିଲା ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ମନ୍ଦିରରେ ଦିନତମାମ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ନୀତିକାନ୍ତୀ। ସକାଳ ୧୧ଟାରେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହରଙ୍କୁ ବରଣି କରିବା ପାଇଁ ମାତା ପାର୍ବତୀଙ୍କ ଭ୍ରାତା ପବନପୁତ୍ର ହନୁମାନ ବାହାରିଥିଲେ ବରଧରା ହୋଇ। କୋଭିଡ ନିୟମ ଅନୁଯାୟୀ ସେବାୟତମାନେ ହନୁମାନଙ୍କୁ ଏକ ସୁସଜିତ ବିମାନରେ ବିଜେ କରାଇ ବରଘର ଅଭିମୁଖେ ନେଇଥିଲେ। ସେଠାରେ ଲୋକାଚାରରେ ବୈଦିକ ନୀତିରେ ବରଣୀ କାର୍ଯ୍ଯ ସମ୍ପନ୍ନ କରାଯାଇଥିଲା। ପରେ ଦିଅ ମଙ୍ଗୁଳା ନୀତି ସମ୍ପନ ହେବା ପରେ ଏକ ବଣାଢ୍ଯ ପଟୁଆର ସହ ବର ବେଶରେ ବାହାରିଥିଲେ ବାବା ଆଖଣ୍ଡଳମଣିଙ୍କ ଚଳନ୍ତୀପ୍ରତିମା ହର। ବାବାଙ୍କୁ ପୀଠର ନଗରୀ କରାଯାଇ ମନ୍ଦିର ଭିତରବେଢାରେ ପ୍ରସ୍ତୁତ ବିବାହ ବେଦୀକୁ ବିଜେ କରାଯାଇଥିଲା। ସେଠାରେ ବ୍ରାହ୍ମଣ, ଜ୍ଯୋତିଷ୍ଯଙ୍କ ଦ୍ବାରା ବିବାହ କାର୍ଯ୍ଯ ଆରମ୍ଭ ହୋଇଛି। ପରେ ଆସନ୍ତାକାଲି ମନ୍ଦିରକୁ ପର୍ତ୍ତାବତନ କରିବେ।କୋଭିଡକୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ଏବଂଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।ପିଠିରେ ମଧ୍ୟ ୧୪୪ ଧାରା ଜାରିକରାଯାଇ ଥିଲା।