ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପାନାମା ପେପର୍ସ ଲିକ୍ ମାମଲାରେ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ଇଡି । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇ ଥର ନୋଟିସକୁ ସ୍ଥଗିତ କରିବା ପାଇଁ ପାନାମା ପେପର ଲିକ୍ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିବେଦନ କରିଥିଲେ ଐଶ୍ୱର୍ଯ୍ୟା । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ନୋଟିସ୍ ଜାରି କରିଛି । 2016ରେ ମୋସାକ୍ ଫୋନ୍ସେକା ନାମକ ଏକ କମ୍ପାନୀର ଗୁପ୍ତ ତଥ୍ୟ ଲିକ୍ ହୋଇଥିଲା। ପାନାମା ପେପର୍ ହେଉଛି ପ୍ରକାଶିତ ସାଙ୍କେତିକ ଭାଷାରେ ପରିବର୍ତ୍ତିତ ୧୧.୫ ନିୟୁତ ଡଲାର୍ର ଗୁପ୍ତ ଦଲିଲପତ୍ର। ଏହା ଲିକ୍ ହେବା ଯୋଗୁଁ ୨୧୪,୪୮୮ଟି ବିଦେଶୀ ସତ୍ତାର ପୁଙ୍ଖାନୁପୁଙ୍ଖ ଅର୍ଥନୈତିକ ବିବରଣୀ ପଦାରେ ପକାଇ ଦେଇଥିଲା । ସେତେବେଳେଳ ପାନାମା ପେପର୍ସ ଲିକ୍ ମାମଲା ବହୁତ ଚର୍ଚ୍ଚାରେ ଥିଲା | ସେଥିରୁ ଜଣାପଡିଥିଲା ଯେ 300 ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଅଛି। ସେଥିମଧ୍ୟରୁ କେତେକ ଭାରତୀୟ ରାଜନେତାଙ୍କର ହୋଇଥିବାବେଳେ ଅନ୍ୟ କେତେକ ବଲିଉଡ ତାରକାଙ୍କ ଥିଲା | ଏହି ତାଲିକାରେ ପୂର୍ବତନ ବିଶ୍ୱ ସୁନ୍ଦରୀ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବ୍ୟତୀତ ତାଙ୍କ ଶ୍ୱଶୁର ତଥା ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ତା’ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଯାହା ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗୋଷ୍ଠୀ ଗଠନ କରିଥିଲେ।