ଭୁବନେଶ୍ୱର : ରାଜ୍ୟରେ ଏବେବି କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ବିଶେଷ କରି କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଅଣକୋଭିଡ୍ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ପ୍ରାୟ ସବୁ କୋଭିଡ୍ ହସ୍ପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସାଧାରଣ ରୋଗୀଙ୍କ ପାଇଁ ଓପିଡ଼ି ବ୍ୟବସ୍ଥା ବନ୍ଦ କରାଯାଇଥିଲା । ସମାନ ଭାବରେ ଭୁବନେଶ୍ୱର ଏମ୍ସରେ ମଧ୍ୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ବହୁ ଡାକ୍ତର ଓ ନର୍ସ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏମ୍ସ ଓଫିଡି ମଧ୍ୟ ବନ୍ଦ କରାଯାଇଥିଲା ।
ବର୍ତମାନ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହେବା ସହିତ ଏମ୍ସରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରୁ ପୁଣି ଥରେ ସାଧାରଣ ରୋଗୀଙ୍କ ପାଇଁ ଏମ୍ସ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୍ ୨୮ ତାରିଖରୁ ପୁଣି ଥରେ ଏମ୍ସ ଓପିଡି ଖୋଲିବ ବୋଲି ଏମ୍ସ ନିର୍ଦ୍ଦେଶୀକା ଡା. ଗୀତାଞ୍ଜଳି ବି ସୂଚନା ଦେଇଛନ୍ତି ।
ଗତ ଏପ୍ରିଲ ୨୬ ତାରିଖରୁ କରୋନା ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ଏମ୍ସ ଓଫିଡି ବନ୍ଦ ରହିଥିଲା ଯାହା ବର୍ତ୍ତମାନ ଦୀର୍ଘ ଦୁଇ ମାସ ପରେ ଖୋଲିବାକୁ ଯାଉଛି ।