ବାଲେଶ୍ୱର: ସୋମବାର ଦିନ ଓଡ଼ିଶା ଉପକୂଳରେ ଅଗ୍ନି କ୍ଷେପଣାସ୍ତ୍ର ପର୍ଯ୍ୟାୟର ଏକ ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ୪ ନମ୍ବର ଉତକ୍ଷେପଣ ସ୍ଥଳରୁ ଏହାକୁ ସଫଳତାର ସହିତ ପରୀକ୍ଷା କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ । ଏହା ସଂପୂର୍ଣ୍ଣ ଭାବରେ ଭିନ୍ନ ଭୌତିକ ଓ ରାସାୟନିକ ଗୁଣ ରହିଥିବା ଏକାଧିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଛି । ପୂ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ୍ ମିସାଇଲ ଅଗ୍ନି-୧ର ଏହା ବିକଶିତ ଭର୍ସନ । ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ର୍ବତଟରେ ଅବସ୍ଥାପିତ ଏକାଧିକ ରାଡାର ଷ୍ଟେସନ ଏହି କ୍ଷେପଣାସ୍ତ୍ରର ଗତିବିଧି ଉପରେ ନଜର ରଖିବା ସହିତ ତାହାକୁ ନିରୀକ୍ଷଣ କରିଥିଲେ । ଆଧୁନିକ ଜ୍ଞାନକୌଶଳ ଆଧାରରେ ଏହି ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଏହା ଭୂପୃଷ୍ଠ କ୍ଷେପଣାସ୍ତ୍ରର ଏକ ପୃଷ୍ଠ ଯାହାକି ପ୍ରାୟ ହଜାରେ କେଜି କିମ୍ବା ଆଣବିକ ଯୁଦ୍ଧ ହେଡ୍ ଧାରଣ କରିପାରିବ | ୧୯୮୯ ମସିହାରେ ହୋଇଥିଲା ପ୍ରଥମ ପରୀକ୍ଷଣ । ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ରକୁ ଉଭୟ ରୋଡ଼ ଓ ରେଳ ଲଞ୍ଚରରୁ ଉତ୍କ୍ଷେପଣ କରାଯାଇପାରିବ । ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ ପରେ ଡିଆରଡିଓ ଇଣ୍ଡିଆ ଟିମ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।