ଭାରତୀୟ ସେନା ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା। ଦିନକୁ ଦିନ ଭାରତ ହେଇଉଛି ମଜଭୁତ। ବିଶ୍ୱରେ ନିଜ ପତିଆରା ବଢେଇବାରେ ଲାଗିଛି ଭାରତ। ଆଧୁନିକ ଜ୍ଞାନ କୌଶଳରେ ତିଆରି ମିସାଇଲରେ ସଜ୍ଜିତ ହେଉଛି ଭାରତ। ଭାରତର ଅଗ୍ନି କ୍ଷେପଣାସ୍ତ୍ର କୁ ଡରନ୍ତି ଭାରତର ଶତ୍ରୁ ଦେଶମାନେ। ପଡୋଶୀ ଚୀନ ହେଉ ଅବା ପାକିସ୍ତାନ, ଶତ୍ରୁର ମୁହଁତୋଡ ଜବାବ ହେଉଛି ଭାରତ ନିର୍ମିତ ଏହି ଅଗ୍ନି ମିସାଇଲ। ଭାରତ ଏହି ମିସାଇଲ ଦ୍ୱାରା ମହାଦେଶର ଦୂରତା ଅତି ସହଜରେ ଭେଦ କରିପାରିବ। ତେବେ ଭାରତ ମାତ୍ର ଆଉ କୋଡିଏ ଦିନ ଭିତରେ ପରୀକ୍ଷା କରୁଛି ଅଗ୍ନି -୫ ମିସାଇଲ। ଏହା କେତେ ଶକ୍ତିଶାଳୀ ଓ ଭାରତ ପାଇଁ ଏହା କଣ କରିପାରିବ , ଜାଣିବା ପାଇଁ ପଢନ୍ତୁ ଆମର ଏହି କାହାଣୀ। ଏପରି ପ୍ରମୁଖ ଖବର ଜାଣିବା ପାଇଁ ଆପଣ ଆମ ଚ୍ୟାନେଲ୍ ଏନ ଏନ ଏସ ଓଡ଼ିଆକୁ ୟୁଟ୍ୟୁବ, ଫେସବୁକ ରେ ସଵସକ୍ରାଇବ କରନ୍ତୁ।
ଭାରତ ପାଖରେ ସୁରକ୍ଷା ପାଇଁ ବଭିନ୍ନ କ୍ଷମତାର କ୍ଷେପଣାସ୍ତ୍ର ଅଛି। ଯେଉଁଥିରେ ଭାରତ ପାଖରେ ସ୍ଥଳରୁ ବାୟୁକୁ , ବାୟୁ ରୁ ବାୟୁକୁ , ଜାହାଜ ରୋଧୀ, ବାଲିଷ୍ଟିକ ଓ ଆଣ୍ଟି ବାଲିଷ୍ଟିକ ମିସାଇଲ ରହିଛି। ତେବେ ଏହି ଅଗ୍ନି-୫ ମିସାଇଲ ସେନାରେ ସାମିଲ ହେଲେ ଭାରତ ଇଣ୍ଟର କଣ୍ଟିନେଣ୍ଟଲ ବାଲିଷ୍ଟିକ ମିସାଇଲ (ICBM) ରଖିଥିବା ଦେଶ ମାନଙ୍କ ମଧ୍ୟରେ ଅଷ୍ଟମ ଦେଶ ହେବ। ଏହା ଏତେ ଶକ୍ତିଶାଳୀ ଯେ ଅନ୍ତରୀକ୍ଷ କୁ ମଧ୍ୟ ଏହା ଭେଦ କରିପାରିବ। ଅତିକମରେ ଏହା ୫୫୦୦ କିଲୋମିଟର ଅତିକ୍ରମ କରିପାରେ। ଆମେ ଏହିଠାରେ ପୁନର୍ବାର କହିରଖୁଛୁ ଆଣ୍ଟି ମିସାଇଲ ରଖିଥିବା ମାତ୍ର ଚାରିଟି ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ ଅଛି। ୨୦୧୯ ରେ ଭାରତ ଏହାର ପରୀକ୍ଷଣ କରିଥିଲା ଏବଂ ଆମେରିକା, ଋଷ ଓ ଚାଇନା ପରେ ଭାରତ ପାଖରେ ଏହି ଆଣ୍ଟି ମିସାଇଲ ରହିଛି। ଅଗ୍ନି ୫ ମିସାଇଲ ଭାରତର ପ୍ରଥମ ପରମାଣୁ ଅସ୍ତ୍ର ବାହାନକାରୀ ଇଣ୍ଟର କଣ୍ଟିନେଣ୍ଟଲ ବାଲିଷ୍ଟିକ ମିସାଇଲ। ୬୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ଅଗ୍ନି ୫ ମିସାଇଲ ଦେଢ଼ଟନ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ବୋହିବାର କ୍ଷମତା ରଖିଛି ଅଗ୍ନି ଫାଇଭ ମିସାଇଲ ଶବ୍ଦର ବେଗରୁ ୨୪ ଗୁଣ ଅଧିକ ବେଗରେ ଗତି କରିବ ଭାରତର ଏହି ସୁପର ବାଲିଷ୍ଟିକ ମିସାଇଲ ଯେହେତୁ କେନିଷ୍ଟାର ପରି ଆଧୁନିକ କୌଶଳରେ ଏହି ମିସାଇଲ ଅଗ୍ନି ୫ କୁ ତିଆରି କରାଯାଇଛି, ପରିବହନ ପାଇଁ ଏହା ଅତ୍ୟନ୍ତ ସୁବିଧାଜନକ। ଅଗ୍ନି ୫ ଭାରତ ପାଇଁ ଏକ ଗର୍ବ ନିଶ୍ଚିତ । ଚୀନ ଓ ପାକିସ୍ତାନ ପାଇଁ ଏହା ନିଶ୍ଚୟ ଚିନ୍ତା କରିବାର ବିଷୟ। ଏପରି ଖବର ଲଗାତାର ପାଇବା ପାଇଁ ଲଗ ଇନ୍ କରନ୍ତୁ www.nnsodia.com ରେ ଏବଂ ସୋସିଆଲ ମିଡିଆରେ ଆମ ଖବର ଫଟା ଫଟ ପାଇବା ପାଇଁ ଆମ ଫେସବୁକ ଓ ୟୁ ଟ୍ୟୁବ ପେଜକୁ ଲାଇକ , ଶେୟର ଓ ସବସକ୍ରାଇବ କରିବାକୁ ଭୁଲନ୍ତୁ ନାହିଁ।