ପ୍ରକାଶ ପାଇ ସାରିଛି ମାଟ୍ରିକ ପରୀକ୍ଷାଫଳ। ମାଟ୍ରିକ୍ ରେଜଲ୍ଟକୁ ନେଇ ଅଗଣିତ ଛାତ୍ରଛାତ୍ରୀଙ୍କ ଭିତରେ ଗଭୀର ଅସନ୍ତୋଷ । ମାତ୍ର ମାଟ୍ରିକ ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍କୁଲକୁ ଘେରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛ କଟକ,ଭୁବନେଶ୍ୱର ଓ ପୁରୀରେ। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ରାଜଧାନୀ ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଭାବକମାନେ ଏବେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଆରମ୍ଭ କଲେଣି ତେଣେ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର ନିଷ୍ପତ୍ତିକୁ ଅନାଇ ବସିଛନ୍ତି । କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ । କଟକରେ ସୋମବାର ଏକ ଘରୋଇ ଶିକ୍ଷାନୁଷ୍ଠାନ ଆଗରେ ଖୁବ୍ ହୋହଲ୍ଲା କରିଥିବା ବେଳେ ବୋର୍ଡ ଅଫିସ୍ ସମ୍ମୁଖରେ ଅସନ୍ତୁଷ୍ଟ ଅଭିଭାବକ ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।