<h3>କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁ ନିକଟସ୍ଥ ଝରକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଝାମ୍ପି ନେଲା କୁମ୍ଭୀର। ଗତକାଲି ରାତିରେ ସିଙ୍ଗିଡ଼ି ଗାଁର ସନାତନ ସାମଲ ଗାଧୋଇବା ପାଇଁ ଝରକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଓ ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସନାତନଙ୍କ ପତ୍ତା ମିଳିନଥିଲା। ଝର ନିକଟରେ ତାଙ୍କ ଚପଲ ଓ ସାଇକେଲ ପଡିଥିବାର ଦେଖିବାକୁ ମିଳିଥିଲା। ହେଲେ ଆଜି ସକାଳେ ଝର ନିକଟରେ ସନାତନଙ୍କୁ କୁମ୍ଭୀର ଖାଉଥିବାର ଲୋକେ ଦେଖିବାକୁ ପାଇଥିଲେ। ପରେ ଗ୍ରାମବାସୀ ତାଙ୍କ କ୍ଷତାକ୍ତ ମୃତ ଦେହକୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ବନ ବିଭାଗ ଓ ରାଜକନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।</h3>