ବାଲେଶ୍ୱର(ଏନଏନଏସ୍): ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳ ଲାଇନକୁ ମରାମତି କରାଯାଇଛି। ଟ୍ରାକ୍ ମରାମତି ପରେ ଗତକାଲି ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍। ଏହି ସମୟରେ ହାତ ଯୋଡି ପ୍ରଣାମ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା।
ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ପଡିରହିଥିବା ବଗିଗୁଡିକୁ ଟ୍ରାକରୁ ହଟାଇ ଦିଆଯାଇଛି। ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ୟ୍ୟର ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଭାବବିହ୍ୱଳ ହୋଇ ମନ୍ତ୍ରୀ କହିଛନ୍ତି ଏବେ ବି ସରିନି ଦାୟିତ୍ୱ।