ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଗ୍ରାମର ନାରାୟଣ ସାହୁ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ପରିବାର ଲୋକ ତାଙ୍କ ପାର୍ଥିବ ଶରୀରକୁ ଗାଁକୁ ଆଣିବାକୁ ଆର୍ଥିକ ଭାବେ ଅସମର୍ଥ ହୋଇପଡିଥିଲେ। ଏ ନେଇ ପରିବାର ଲୋକେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସାହାଯ୍ୟ ମାଗିଥିଲେ। ବିଧାୟକ ପଣ୍ଡା ନାରାୟଣଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇଥିଲେ। ଶନିବାର ବିଳମ୍ବିତ ରାତିରେ ପରିବାର ଲୋକେ ନାରାୟଣଙ୍କ ମୃତଦେହ ଘରକୁ ଆଣିଥିଲେ। ବିଧାୟକଙ୍କ ସମେତ ସ୍ଥାନୀୟ ବିଜେଡି ନେତୃବୃନ୍ଦ ନାରାୟଣଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।