ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୩): ପୃଥିବୀର ଲଗାତର ପରିବର୍ତନ ହେବାରେ ଲାଗିଛି । ଏବେ ଭୂବିଜ୍ଞାନୀମାନେ ଆଫ୍ରିକା ମହାଦେଶକୁ ନେଇ ଏକ ବଡ଼ ଧରଣର କିଛି ଘଟିବା ନେଇ ଅନୁମାନ କରିଛନ୍ତି । ଆଫ୍ରିକା ଭୂଭାଗ ଦୁଇଭାଗ ହେଲାପରେ ମଝିରେ ଏକ ନୂଆ ସାଗର ସୃଷ୍ଟି ହୋଇପାରେ ଓ ଭୂଭାଗ ବାଣ୍ଟି ହୋଇଯିବା ନେଇ ଆକଳନ କରାଯାଇଛି ।
କେନ୍ୟାର ନାଇରୋବି ନାରୋକ ରାଜପଥ ନିକଟରେ ବହୁ କିମି ଦୂରତା ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଇଥୋପିଆ ଆକାରରେ ଜମିରେ ୨୦୦୫ରେ ଲମ୍ବା ଫାଟ ଦେଖିବାକୁ ମିଳିଥିଲା । କେବଳ ୧୦ ଦିନରେ ଏହି ଫାଟ ୫୬ କିମି ଯାଏଁ ଲମ୍ବି ରହିଥିଲା ।
ସାଧାରଣତଃ ଏପରି ପରିବର୍ତନ ପାଇଁ ଦୀର୍ଘ ସମୟ ଲାଗିଥାଏ । ଲିଡ଼ସ ୟୁନିଭର୍ସିଟିର ଜଣେ ଡ଼କ୍ଟରେଟ ଛାତ୍ର ଖ୍ରୀଷ୍ଟୋଫର ମୋରେଙ୍କ କହିବା ଅନୁସାରେ , ଆଫ୍ରିକା ଭାଗ ଭାଗ ହେଲାପରେ ଉଗାଣ୍ଡା,ଜାମ୍ବିଆ ଭଳି ଭୂଆବଦ୍ଧ ଦେଶକୁ ନିଜର ସମୁଦ୍ର ତଟ ମିଳିବ ।ଏ ପରି ହେଲେ ଲୋକଙ୍କୁ ସେମାନଙ୍କ ଭିଟାମାଟି ଓ ଧନଜୀବନ ହରାଇବାକୁ ପଡ଼ିବ ।
ଭୂଆବଦ୍ଧ ଦେଶଗୁଡ଼ିକ ନିଜର ଉପକୂଳ ପାଇବା ପାଇଁ ଅତିରିକ୍ତ ବନ୍ଧର ସୃଷ୍ଟି ହେବ ଏବଂ ବାଣିଜ୍ୟ କାରବାର ବୃନ୍ଧି ପାଇବ । ଯଦି ସୋମାଲି ଏବଂ ନୁବିଆନ ଟେକ୍ଟୋନିକ୍ ପ୍ଲେଟ ଅଲଗା ହେବା ଜାରି ରଖିବେ ତେବେ ଏଥି ଯୋଗୁଁ ନୂଆ ଛୋଟ ମହାଦେଶ ସୃଷ୍ଟି ହୋଇପାରେ । ଏଥିରେ ସୋମାଲିଆ ସହ କେନ୍ୟା, ଇଥିଓପିଆ ଏବଂ ତାଞ୍ଜାନିଆ ରହିପାରେ । ନୁବିଆନ ଆଫ୍ରିକୀୟ ପ୍ଲେଟ , ସୋମାଲିଆ ଆଫ୍ରିକୀୟ ପ୍ଲେଟ ଏବଂ ଆରବିଆନ ପ୍ଲେଟ ପୃଥକ ଗତିରେ ଅଲଗା ହେଉଛନ୍ତି ।