ପୁରୀ(ଏନଏନଏସ୍): ଶ୍ରୀକ୍ଷେତ୍ରରେ ଆଜି ରଥାରୁଢ ମହାପ୍ରଭୁଙ୍କ ଅଧରପଣା ନୀତି । ଏନେଇ ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହେବ । ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଆଜିର ଏହି ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ହାଣ୍ଡି ପ୍ରସ୍ତୁତ ହୋଇଥାଏ । ମହାପ୍ରଭୁଙ୍କ ନିକଟରେ ୩ଟି ହାଣ୍ଡି ରଖାଯାଇ ପଣା ଲାଗି କରାଯାଇଥାଏ । ପ୍ରଥମେ ମହାପ୍ରଭୁଙ୍କ ନିକଟରେ ଅଧରପଣା ଲାଗି ହେବା ପରେ ରଥର ପାଶ୍ୱର୍ଦେବାଦେବୀ ଓ ଅଶରୀରଙ୍କ ଉଦେ୍ଦଶ୍ୟରେ ଅଧରପଣା ହାଣ୍ଡି ଭଙ୍ଗା ହେବ ।
ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସଂପନ୍ନ ହେବ । ପରେ ରାତି ଆଠଟା ସୁଦ୍ଧା ତିନି ରଥରେ ଅଧର ପଣା ନୀତି ସରିବା ପରେ ୯ଟା ସୁଦ୍ଧା ମହାସ୍ନାନ କରାଯିବ। ରାତି ଗୋଟାଏରେ ବଡ଼ ସିଂହାର ବେଶ ଓ ରାତି ଦୁଇଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି । ଅଧର ପଣା ନୀତିକୁ ଶୃଙ୍ଖଳିତ ଭାବେ ସଂପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।