ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ । ସାଇନାଙ୍କ ଟ୍ୱିଟ୍ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସାଉଥ୍ ଅଭିନେତା ସିଦ୍ଧାର୍ଥ ବିବାଦୀୟ ହୋଇପଡିଥିଲେ | ପରେ ସିଦ୍ଧାର୍ଥ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ସାଇନାଙ୍କୁ କ୍ଷମା ମାଗିଛନ୍ତି। ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ସାଇନା ନେହୱାଲ ଟ୍ୱିଟ୍ କରିଥିଲେ । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିଦ୍ଧାର୍ଥ ଏକ ଆପତ୍ତିଜନକ ଟୁଇଟ୍ କରିଥିଲେ । ଏହି ଟୁଇଟ୍ ପରଠାରୁ ସିଦ୍ଧାର୍ଥ ଚାରିଆଡୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷ, କେନ୍ଦ୍ର ମନ୍ତ୍ରୀ କିରଣ ରିଜଜୁ ଓ ସ୍ମୃତି ଇରାନୀ ମଧ୍ୟ ଏହାକୁ ବିରୋଧ କରିଥିଲେ । ଲୋକମାନେ ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବାକୁ ଦାବି କରିଥିଲେ | ଏପରିକି ସାଇନାଙ୍କ ପିତା ହରଭୀର ସିଂ ମଧ୍ୟ ସିଦ୍ଧାର୍ଥଙ୍କ ପୋଷ୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାରିଆଡୁ ବିରୋଧ କରାଯିବାରୁ ସିଦ୍ଧାର୍ଥ ସୋସିଆଲ ମିଡିଆରେ ସାଇନାଙ୍କ ନିକଟରେ କ୍ଷମା ମାଗିଛନ୍ତି। ସିଦ୍ଧାର୍ଥ ତାଙ୍କ କ୍ଷମା ପ୍ରାର୍ଥନାରେ ଲେଖିଛନ୍ତି- “ପ୍ରିୟ ସାଇନା, ମୋର ଏହି ଥଟ୍ଟା ପାଇଁ ମୁଁ ତୁମକୁ କ୍ଷମା ମାଗିବାକୁ ଚାହେଁ | ଆପଣ ସବୁବେଳେ ମୋ ଚାମ୍ପିଅନ୍ ହୋଇ ରହିବେ । ସେ ସବୁବେଳେ ମହିଳାଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି ।