ଓଡିଶା ପୋଲିସ ର ତଦନ୍ତ ପ୍ରକ୍ରିୟା ଉପରେ ଭରସା ତୁଟାଇ ପୁଣି ହାଇକୋର୍ଟ ର ଦ୍ଵରସ୍ଥ ହେଲେ STF ସୌମ୍ୟ ରଂଜନଙ୍କ ପିତା ଅଭିରାମ ମହାପାତ୍ର । ଘଟଣା ଘଟିବା ଦିନଠାରୁ ଓଡିଶା ପୋଲିସ ର ତଦନ୍ତ ପ୍ରକ୍ରିୟା କୁ ନେଇ ସନ୍ଦେହ କରୁଥିଲେ ସୌମ୍ଯ ଙ୍କ ପରିବାର ଲୋକେ । ତେବେ ଘଟଣା ଘଟିବା ର କିଛି ଦିନ ପରେ ଘଟଣା ଘଟିଥିବା ସେହି ଘରୁ କିଛି ଜିନିଷ ଓ ଆଇ ସି ମମତାରାଣୀ ପଣ୍ଡା ନେଇଥିବା ର video viral ହେବା ପରେ ପୋଲିସ ଭୁମିକା ଏବେ ଅଧିକ ସନ୍ଦେହ ଘେର କୁ ଆସିଯାଇଛି । ତେବେ ଓଡିଶା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ର ତଦନ୍ତ ପ୍ରକ୍ରିୟା ଉପରୁ ସମ୍ପୂର୍ଣ୍ଣ ଭରସା ତୁଟାଇ ଦେଇଥିବା ସୌମ୍ୟ ଙ୍କ ପରିବାର ଲୋକଙ୍କ ପକ୍ଷରୁ ସୌମ୍ୟ ମୃତ୍ୟୁ ରହସ୍ୟ ର ତଦନ୍ତ ପ୍ରକ୍ରିୟାକୁ CBI କୁ ହସ୍ତାନ୍ତର କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟ ରେ ଆଜି ଦାୟର ହୋଇଛି ମାମଲା ।