ଆଜି ସାଧରଣତନ୍ତ୍ର ଦିବସ ପାଳନ ବେଳେ ଏକ ବଡ ଅଘଟଣ ଘଟିଛି | ବିହାରର ବକ୍ସର ଜିଲ୍ଲାରେ ଏକ ସ୍କୁଲରେ ଜାତୀୟ ଉତ୍ତୋଳନ କରିବା ସମୟରେ କରେଣ୍ଟ ସଂସ୍ପର୍ଶରେ ଆସି ଜଣେ ଶିଶୁର ମୃତ୍ୟୁ ଘଟିଛି | ଏହି ଦୁର୍ଘଟଣାରେ 4 ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି | ଆହତମାନଙ୍କୁ ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ବକ୍ସର ନାଥୁପୁର ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପତାକା ଉତ୍ତୋଳନ କରିବା ସମୟରେ ସେମାନଙ୍କୁ କରେଣ୍ଟ ଲାଗିଥିଲା | ପିଲାଙ୍କ ଅଭିଭାବକମାନେ କହିଛନ୍ତି, ପିଲାମାନେ ପତାକା ଉତ୍ତୋଳନ କରିବା ପାଇଁ ବିଦ୍ୟାଳୟକୁ ଯାଇଥିଲେ | ପତାକା ଉତ୍ତୋଳନ ପୂର୍ବରୁ ଯେତେବେଳେ ପିଲାମାନେ ଲୁହ ପାଇପକୁ ଛୁଇଁଲେ ସେମାନଙ୍କୁ କରେଣ୍ଟ ଝଟକା ଲାଗିଥିଲା |
ଏହି ଘଟଣା ପରେ ବକ୍ସର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେପଟେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି । କିଭଳି ପତାକାର ପାଇପରେ କରେଣ୍ଟ ଲାଗିଲା ସେନେଇ ସଠିକ ତଦନ୍ତ କରିବାକୁ ମଧ୍ୟ କୁହାଯାଇଛି ।