କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନା ସମ୍ଵଦ୍ଧିୟ ବିଭିନ୍ନ ଯୋଜନା ମାନ କରୁଛନ୍ତି ଓ ଏଥି ନିମନ୍ତେ ହଜାର ହଜାର କୋଟି ଟଙ୍କା ର ବ୍ୟୟ ଅଟକଳ କରୁଛନ୍ତି। ଓ ଏଥି ନିମନ୍ତେ ପଞ୍ଚାୟତରାଜ ବିଭାଗ ମଧ୍ୟ ଗଢି ଛନ୍ତି କିନ୍ତୁ ଆଜି ଏତେ ସବୁ ବ୍ୟବସ୍ଥା ହୋଇ ମଧ୍ୟ ତଳ ସ୍ଥର ର କର୍ମଚାରୀ ମାନଙ୍କ ଅବହେଳା ଓ ଲୋକ ପ୍ରତିନିଧି ମାନଙ୍କ ମନମାନି ନୀତି ଯୋଗୁଁ ଗରିବ ହିତାଧିକାରୀ ଟିଏ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ମଧ୍ୟ ପାଇ ପାରୁନି ଆବାସ ଯୋଜନା ରେ ଘରଟିଏ। ଏମିତି ଏକ ରିପୋର୍ଟ ଆସୁଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦାଶିବ ପୁର ପଂଚାୟତ ସଦାଶିବ ପୁର ଗ୍ରାମରୁ । ଅଭିଯୋଗ ଆଣିଛନ୍ତି ସଦାଶିବ ପୁର ଗ୍ରାମର ଦେବେନ୍ଦ୍ର ମୋହପାତ୍ର କଥା ଉଠୁଛି ଆବାସ ଯୋଜନା ଉପରେ ,ଦେବେନ୍ଦ୍ର ଙ୍କ କଥା ମୁତାବକ ତାଙ୍କ ଘର କୁ ସରକାରୀ ବାବୁ ମାନେ ଦୁଇ ତିନି ଥର ଇନକ୍ବାରି କରି ଆସିଲେଣି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡିଏ ମିଳିଲାନି,ଏ ବାବଦ ରେ ଦେବେନ୍ଦ୍ର ଙ୍କ ସ୍ତ୍ରୀ ରୂପଶ୍ରୀ ମହାପାତ୍ର ବିଡ଼ିଓ ଙ୍କୁ ଲିଖିତ ମାଧ୍ୟମରେ ଦୁଇ ତିନି ଥର ଜଣାଇଥିଲେ ମଧ୍ୟ ଏହାର କୌଣସି ଫଳ ତାଙ୍କୁ ମିଳେ ନାହିଁ। ଏ ବାବଦ ରେ ଆମ ପ୍ରତିନିଧି ଓଡାପଡା ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଦାସରଥି ଜେନା ଙ୍କ ର ମତାମତ ନେବା ପାଇଁ ଫୋନ କରିବାରୁ ସେ ଫୋନ call ରିସିଭି କରିନଥିଲେ l ତ ଏଠି ପ୍ରଶ୍ନ ଉଠୁଛି ସରପଞ୍ଚ ଓ ସରକାରୀ ବାବୁ ମାନଙ୍କ ଉପରେ ଯେତେବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ହିତାଧିକାରୀ ମାନଙ୍କ ପାଇଁ ଆବାସ ଗୃହ ଯୋଜନା ଭଳି ଯୋଜନା ମାନ ପ୍ରଣୟନ କରୁଛନ୍ତି ସେତେବେଳେ ତଳ ସ୍ଥର ର ବାବୁ ଓ ସରପଞ୍ଚ ମାନଙ୍କ ର ମନ ମାନି ଓ ଅବହେଳା ପାଇଁ ଆଜି ସରକାର ବଦନାମ ମୁଣ୍ଡାଉଛନ୍ତି , ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରାଯାଇ ଆବାସ ଯୋଜନା ରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ରହୁଛି
#dhenkanal #NNSODIA