ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ହିତାଧିକାରୀ ମାନଙ୍କ ପାଇଁ ଆବାସ ଗୃହ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ମାନ ପ୍ରଣୟନ କରି ହାଜର ହଜାରେ କୋଟି ଟଙ୍କା ର ଅଟକଳ ଵ୍ୟୟ କରୁଛନ୍ତି । କିନ୍ତୁ ତଳ ସ୍ଥରର କିଛି ଦୁର୍ନୀତି ଖୋର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନ ଭାବ ଯୋଗୁଁ ଆଜି ବଦନାମ ମୁଣ୍ଡାଉଛନ୍ତି ସରକାର । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯୋଜନା ଗୁଡିକ କିଛି ମୁନାଫା ଖୋର ଅଧିକାରୀମାନଙ୍କ ପାଇଁ ହିତାଧିକାରୀ ମାନଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ । ଅଭିଯୋଗ ଆସିଛି ଯେ ହିନ୍ଦୋଳ ବ୍ଲକ ପାଟଲା ପଞ୍ଚାୟତରୁ ,ସ୍ୱର ଶୁଭୁଛି ମୌଳିକ ଅଧିକାର ରୁ ବଞ୍ଚିତ ହେଉଥିବା ଗରିବ ହିତାଧିକାରୀଙ୍କ ମୁଖରୁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ହାତ ଗୁଞ୍ଜ। ନଦେଲ ମିଳୁନି ଆବାସ ଘର ଖୁଲମ ଖୋଲା ଚାଲୁଛି ପିସି କାରବାର । ଜଣେ ନୁହେଁ କି ଦୁଇ ଜଣ ନୁହେଁ ପ୍ରାୟ ୨୦ ରୁ ଅଧିକ ହିତାଧିକାରୀ ଆଜି ଆସି ଲିଖିତ ଅଭିଯୋଗ କରିଛନ୍ତି ହିନ୍ଦୋଳ ଉପଜିଲ୍ଲାପାଳ ଙ୍କ ନିକଟରେ । ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ୩୫ ଟି ଗ୍ରାମପଞ୍ଚାୟତ ରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଘର ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନଙ୍କୁ ନେଇ ଅଦଳ ବଦଳ ପ୍ରଥାକୁ ଅପଣାଇ ଏବେ ଆବାସ ଗୃହ ସର୍ଭେ ଚାଲିଛି। ସେହିପରି ହିନ୍ଦୋଳ ବ୍ଲକ ପାଟଲା ଗ୍ରାମ ପଞ୍ଚାୟତ ରେ ଆବାସ ଗୃହ ସର୍ଭେ କାର୍ଯ୍ୟ ତୁଲାଉ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଂଜନ କୁମାର ଦ୍ବିବେଦୀ ଓ ଜିଆରଏସ ପ୍ରଭାସ କୁମାର ବିଶ୍ୱାଳ ଙ୍କ ନାମ ରେ ଲାଞ୍ଚ ନଦେଇ ଥିବାରୁ ହିତାଧିକାରୀ ଙ୍କୁ ଆବାସ ଯୋଜନା ତାଲିକା ରୁ କାଟି ଦେଇ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ସାମିଲ କରିବାକୁ ନେଇ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ଆଜି ଲିଖିତ ଅଭିଯୋଗ ହୋଇଛି l ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଗୃହ ଯୋଗାଇ ଦେବା ଓ ଏଭଳି ଦୁର୍ନୀତିଖୋର ସରକାରୀ କର୍ମଚାରୀ ମାନଙ୍କ ବିରୋଧ ରେ କଡାକାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପାଟଲା ଗ୍ରାମବାସୀ ମାନେ ଦୃଢ଼ ଦାବୀ କରିଛନ୍ତି ।
#odisha #NNSODIA