ଜଣେ ମହିଳାଙ୍କ ସାହସିକତା ପାଇଁ ୨୪ ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଗଲା । ଜଣେ ବସ୍ ଡ୍ରାଇଭରଙ୍କର ହଠାତ୍ ଦେହ ଖରାପ ହେବାରୁ ବସ୍ଟି ଭାରସାମ୍ୟ ହରାଇ ଏକ ଖାଇ ଆଡେ ମାଡି ଯାଉଥିବାବେଳେ ବସ୍ ରେ ଥିବା ଜଣେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଗାଡିଟି ଦୁର୍ଘଟଣାରୁ ବର୍ତ୍ତିଗଲା । ମହିଳା ଜଣକ୧୦ କିଲୋମିଟର ପର୍ଯ୍ୟନ୍ତ ବସ୍ ଚଲାଇ ଡ୍ରାଇଭରର ଜୀବନ ବଞ୍ଚାଇବା ସହ ବସରେ ଥିବା ମହିଳା ପାସେଞ୍ଜରଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥାନରେ ଛାଡିଥିଲେ । ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୪୨ ବର୍ଷ ବୟସ୍କା ଏହି ମହିଳାଙ୍କ ନାମ ଯୋଗୀ ସତାଭ । ଏହି ମିନି ବସ୍ ରେ ଅନେକ ମହିଳା ଓ ଶିଶୁ ଏକ ପିକ୍ନିକ୍ରେ ଯାଇ ଫେରୁଥିଲେ। ଫେରିବା ସମୟରେ ବସ୍ ଡ୍ରାଇଭରଙ୍କର ହଠାତ୍ ଦେହ ଖରାପ ହେବାରେ ଲାଗିଲା। ଏହା ପରେ ସେ ବସ୍ ଚଲାଇପାରିଲେ ନାହିଁ ଏବଂ ମଝିରାସ୍ତାରେ ଅଚେତ୍ ହୋଇପଡ଼ିଲେ। ଯୋଗୀ ସତାଭ ତାଙ୍କର ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ସିଟରେ ବସି ଷ୍ଟିଅରିଂ ଧରି ବସ୍ ଚଲାଇବାକୁ ଆରମ୍ଭ କଲେ । ପ୍ରଥମେ ସେ ବସ୍ ଚଲାଇ ଡ୍ରାଇଭରଙ୍କୁ ହସ୍ପିଟାଲ ନେଲେ ପରେ ୧୦ କିଲୋମିଟର ପର୍ଯ୍ୟନ୍ତ ବସ୍ ଚଲାଇ ମହିଳା ପାସେଞ୍ଜରଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥାନରେ ଛାଡିଥିଲେ । ଜାନୁଆରୀ ୭ ର ଏହି ଘଟଣା । କିନ୍ତୁ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି “ଯେହେତୁ ମୁଁ କାର୍ ଚଲାଇବା ଜାଣିଥିଲି, ତେଣୁ ଏଭଳି ପରିସ୍ଥିତିରେ ଆଉ କିଛି ନଭାବି ବସ୍ ଚଳାଇବାକୁ ଚେଷ୍ଟା କରିଥିଲି । ସମସ୍ତଙ୍କ ଜୀବନ ବଞ୍ଚାଇବା ମୋ ନିକଟରେ ସବୁଠୁ ବଡ କର୍ତ୍ତବ୍ୟ ଥିଲା ।