ମାଲକାନଗିରି ,(ଏନଏନଏସ ଓଡ଼ିଆ /୨୧.୦୩): ପେଟରେ ପିଲା ରହିଥିବା କହି ଜଣେ ମହିଳା ମାଲକାନଗିରି ଜିଲ୍ଲା ମାଥିଲି ଉପଖଣ୍ଡ ମେଡିକାଲରେ ଆଡମିଟ ହୋଇଥିଲେ । ତେବେ ସେଠି ତାଙ୍କ ଛୁଆ ଜନ୍ମ ପରେ ହଜି ଯାଇଥିବାର ଅଭିଯୋଗ କରିଛନ୍ତି ଉକ୍ତ ମହିଳା ଜଣକ । ତେବେ ଏହି ଘଟଣାକୁ ଆଶା ବା ଅଙ୍ଗନବାଡି କର୍ମୀ ଅସ୍ବୀକାର କରିଥିବାବେଳେ ମେଡିକାଲ ରେ କରା ଯାଇଥିବା କୌଣସି ବି ପରୀକ୍ଷା ରେ କୌଶଲ୍ୟା ଗର୍ଭବତୀ ଥିବା ମନା କରିଛନ୍ତି ମେଡିକାଲ ଅଫିସର । ତେଣୁ କୌଶଲ୍ୟାଙ୍କର ଏହି ଅଭିଯୋଗକୁ ମିଥ୍ୟା କୁହାଯିବା ସହିତ ତଦନ୍ତ କରାଯାଉଛି ସତ୍ୟ ନିଶ୍ଚିତ ଜଣା ପଡିବ ବୋଲି କହିଛନ୍ତି ମେଡିକାଲ ଟିମ । ତାଙ୍କର ପରିବାର ନିୟୋଜନ ଅପରେସନ ଆଗରୁ ସଫଳ ଭାବେ କରାଯାଇଥିଲା । ତେବେ ପୁଣି କେମିତି ଗର୍ଭ ଧାରଣ କଲେ ବୋଲି ମଧ୍ୟ ଡାକ୍ତର କହିଛନ୍ତି । ତେବେ କୌଶଲ୍ୟା ଙ୍କ ଅଭିଯୋଗ ଓ ଡାକ୍ତରଙ୍କ ବକ୍ତବ୍ୟ କୁ ଭଲ ଭାବେ ତଦନ୍ତ କରାଯିବା ଦରକାର ।