ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଚିକିତ୍ସା କରାଯାଇଥାଏ । ଭାରତରେ ହୋମିଓପ୍ୟାଥିକ୍ ଚିକିତ୍ସାର ବହୁତ ଚର୍ଚ୍ଚା ହୋଇଥାଏ । ଏହାବ୍ୟତୀତ ଏଲୋପ୍ୟାଥିକ୍ ଏବଂ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଚିକିତ୍ସା କରାଯାଇଥାଏ । କିନ୍ତୁ ଆପଣ କ’ଣ କେବେ ଶୁଣିଛନ୍ତି ରୋଗର ଉପଶମ ପାଇଁ ରୋଗୀର ଶରୀରରେ ନିଆଁ ଲଗାଯାଇ ଚକିତ୍ସା କରାଯିବା । ହଁ ଏମିତି ଏକ ପଦ୍ଧତି ଅଛି, ଯାହାକୁ ଫାୟାର ଥେରାପି ବୋଲି କୁହାଯାଏ । ସୋସିଆଲ ମିଡିଆରେ ଆଜିକାଲି ଫାୟାର ଥେରାପି ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏହି ଥେରାପିରେ ରୋଗୀଙ୍କ ଶରୀରରେ ନିଆଁ ଲଗାଯାଇ ଚିକିତ୍ସା କରାଯାଇଥାଏ । ତେବେ ଏହି ଫାୟାର ଥେରାପି ବହୁତ ପୁରୁଣା । ଚୀନର ପ୍ରାଚୀନ ପାରମ୍ପରିକ ଚିକିତ୍ସା ଉପରେ ଏହା ଆଧାରିତ । ଏହି ଥେରାପି ବଡ଼ ବଡ଼ ଭୟଙ୍କର ରୋଗ, ଯାହାର ଆଦୌ ଚିକିତ୍ସା ନାହିଁ ତାହା ବି ଭଲ ହୋଇପାରୁଛି । ରୋଗୀଙ୍କ ଅତି ପୁରୁଣା ଯନ୍ତ୍ରଣା, ଡିପ୍ରେସନଠାରୁ ଆରମ୍ଭ କରି ଷ୍ଟ୍ରେସ୍ ପର୍ଯ୍ୟନ୍ତ ଏବଂ କ୍ୟାନସର ରୋଗ ବି ଭଲ ହୋଇପାରୁଛି । ଡାକ୍ତର ରୋଗୀଙ୍କ ସମସ୍ୟାକୁ ଦେଖି ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ନିଆଁ ଲଗାଇ ଚିକିତ୍ସା କରିଥାନ୍ତି । ଚୀନବାସୀଙ୍କ କହିବା ଅନୁଯାୟୀ, ଏହି ଥେରାପି ଆଗରେ ଫେଲ୍ ମାରିଛି ଆଜିର ମେଡିକାଲ୍ ଟ୍ରିଟମେଣ୍ଟ । ଏହି ପଦ୍ଧତିରେ ପ୍ରଥମେ ରୋଗୀର ଶରୀରରେ ଜଡିବୁଟିର କିଛି ଲେପ ଲଗାଯାଇଥାଏ । ଏହାପରେ ଏହି ଲେପକୁ ଏକ ଗାମୁଛାରେ ଭଲ କି ଘୋଡାଇ ଦିଆଯାଏ । ପରେ ଏହି ଗାମୁଛା ଉପରେ ମଦ ଓ ପାଣି ସିଞ୍ଚନ କରାଯାଇଥାଏ । ମଦରେ ଥିବା ରସାୟନିକ ଦ୍ରବ୍ୟ ଯୋଗୁ ଏଥିରେ ନିଆଁ ଲାଗିଥାଏ । ହେଲେ ତାହା ରୋଗୀର ଶରୀରରେ କøଣସି ଖରାପ ପ୍ରଭାବ ପକାଇ ନ ଥାଏ । ଏହି ନିଆଁ ଦ୍ୱାରା ରୋଗୀର ଯନ୍ତ୍ରଣା ଏବଂ ରୋଗ ଦୂର ହୋଇଥାଏ । କିନ୍ତୁ ଚୀନର ଏହି ଲୋପ୍ରିୟ ଥେରାପି ସମଗ୍ର ବିଶ୍ୱରେ ବହୁତ୍ ବଦନାମ । କେତେକ ଡାକ୍ତର ଏହାକୁ ପ୍ରାକ୍ଟିସ୍ କରିବା ବେଳେ ରୋଗୀ ନିଆଁରେ ଜଳି ଯାଇଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ କେତେକ ଭୟଙ୍କର ଥେରାପି ବୋଲି ମଧ୍ୟ କହୁଛନ୍ତି । କିନ୍ତୁ ଚୀନ୍ ଲୋକଙ୍କ କହିବା ଅନୁଯାୟୀ, ଯଦି ଠିକ୍ ଭାବେ ଫାୟାର ଥେରାପି କରାଯାଏ ତେବେ ଏହା ବହୁ ବଡ଼ରୁ ବଡ଼ ରୋଗକୁ ଭଲ କରି ଦେଇଥାଏ ।