କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା NAAC ଟିମ୍ । NAAC ମାନ୍ୟତାରେ ଉନ୍ନତି ଆଣିବା କ୍ଷେତ୍ରରେ ରେଭେନ୍ସା କଣ ପଦକ୍ଷେପ ନେଇଛନ୍ତି ଏନେଇ ଟିକିନିଖି ଅନୁଧ୍ୟାନ କରିଥିଲେ NAAC ୫ ଜଣିଆ ଟିମ । ବିଶେଷକରି ଭିତ୍ତିଭୂମି ସହ, ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ । ଅନ୍ୟପକ୍ଷରେ କୁଳପତିଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।
୨୦୧୬ ମସିହା ଡିସେମ୍ବରରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର NAAC ମାନ୍ୟତାର ଶେଷ ହୋଇଥିଲା । ଏନେଇ ପୁନଃ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ NAAC ସମ୍ନାରେ ଆବେଦନ କରିଥିଲେ ।
ଆବେଦନର ୬ବର୍ଷ ପରେ NAAC ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆସିଥିଲା । ଏହି ଟିମରେ ଅଧ୍ୟକ୍ଷ ଦୀପକ କୁମାର ଶର୍ମା, ବିଜୟ ଫୁଲାରୀ, ମେଥିଲି କେଥାଭରାପୁ, ପ୍ରଫେସର ଅରିନ୍ଦମ ଗୁପ୍ତା ଓ ଜ୍ୟୋତି କିସପୋଟା ରହିଥିଲେ । ଗୋଟିଏ ପରେ ଗୋଟିଏ ବିଭାଗ ରେ ବୁଲି ଥିଲେ , ଏ ବିଷୟ ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଟିମ । ତେବେ ଏହି ଗ୍ରେଡ ପରେ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।