<h3>ନିଶା କବଳରେ ଯୁବ ପୀଢ଼ି,ସକ୍ରିୟ ହେଉଛି କଫ ସିରଫ୍ ବେପାର। ବଲାଙ୍ଗିର ପୋଲିସ ହାତରେ ୩ ଜଣ କଫ୍ ସିରଫ୍ ବେପାରୀ ସହ ୩,୫୦,୦୦୦ହଜାର ଟଙ୍କାର କଫ୍ ସିରଫ୍ ଜବତ। ବିପୁଳ ପରିମାଣରେ ୨ଟି ବ୍ରାଣ୍ଡର କଫ୍ ସିରଫ୍ ଜବତ କରିବା ସହ ତିନି ଜଣ କଫ୍ ସିରଫ୍ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ।ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରୁ ଏସ୍ଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି।</h3> <img class=" wp-image-28141 aligncenter" src="https://nnsodia.com/wp-content/uploads/2024/05/Bijuli-GDN-1200x627-2-300x157.jpg" alt="" width="613" height="321" /> <h3>ଏସ୍ଡ଼ିପିଓ ପ୍ରଦୀପ ସାହୁଙ୍କ ସୂଚନା ଅନୁଯାୟୀ, ବଲାଙ୍ଗିର ସହରରେ ସପ୍ଲାଏ ହେବା ପାଇଁ କଟକରୁ ୨ଟି ବ୍ରାଣ୍ଡର ପ୍ରାୟ ୧୧୯୦ଟି କଫ୍ ସିରଫ ବୋତଲ ଏକ ବୋଲରେ ଯୋଗେ ଆସୁଥିଲା । ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ବୋଲେରୋକୁ ପିଛା କରି ବଲାଙ୍ଗିର ସହର ନିକଟସ୍ଥ ହୋଣ୍ଡା ସୋ ରୁମ୍ ପାଖରେ ବୋଲେରୋଟିକୁ କାବୁ କରିଥିଲା । ଆଉ କାବୁ କରୁ କରୁ ପୋଲିସ ହାତରେ ଏକ ବାଇକ୍ ମଧ୍ୟ ଧରାପଡ଼ିଥିଲା । ବୋଲେରୋ ଭିତରୁ ୨ଟି ବ୍ରାଣ୍ଡର ପାଖାପାଖି ୧୧୯୦ ବୋତଲ କଫଥ ସିରଫ୍କୁ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ୩ ଜଣ ହେଲେ ବଲାଙ୍ଗିର ସହରର ବରପାଲିପଡ଼ାର ରୋହନ ଜେନା ଓ କନ୍ଧପାଲିପଡ଼ାର ରାଜେନ୍ଦ୍ର ବାରିକ ଏବଂ ମଣ୍ଟୁ ବାରିକ ବୋଲି ଜଣାପଡ଼ିଛି । ଜବତ କଫ୍ ସିରଫର ଆନୁମାନକି ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଏସ୍ଡ଼ିପିଓ ଶ୍ରୀ ସାହୁ କହିଛନ୍ତି ।</h3>