ଫଳ ଖାଇବାକୁ ଆମେ ସମସ୍ତେ ପସନ୍ଦ କରିଥାଉ । ବଣଭୋଜି ହେଉ କି, କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ହେଉ ଆପଣମାନେ ସମସ୍ତେ ନିଜ ସାଥୀରେ କିଛି ନା କିଛି ଫଳ ଆହାର କରିବାକୁ ସାଙ୍ଗରେ ନେଇ କି ଯାଇଥାନ୍ତି । ଆଉ ଅଧିକାଂଶ ଲୋକ ବିମାନରେ ଯାତ୍ରା କରିବା ସମୟରେ ମଧ୍ୟ ତାଙ୍କ ସାଙ୍ଗରେ ଫଳ ଖାଇବାକୁ ନେଇ କି ଯାଇଥାନ୍ତି । ଆପଣମାନେ ଜାଣିଥିବେ ଯେ, ବିମାନରେ ଯାତ୍ରା କରିବା ସମୟରେ ଇନ୍ଧନ, ବିସ୍ଫୋଟକ ଏବଂ କୌଣସି ପ୍ରକାରର ମାରଣାସ୍ତ୍ର ସାଙ୍ଗରେ ନେବାକୁ ମନା କରାଯାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବିମାନରେ ଯାତ୍ରା କରିବା ସମୟରେ ଫଳ ମଧ୍ୟ ନେଇପାରିବେ ନାହିଁ ।
କଣ ଚିନ୍ତାରେ ପଡିଗଲେ କି ଦର୍ଶକବନ୍ଧୁ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏମିତି ଏକ ଫଳ ଅଛି ଯାହାକୁ ଆପଣମାନେ ଖାଇବାକୁ ବେଶ୍ ପସନ୍ଦ କରୁଥିଲେ ମଧ୍ୟ ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ ନେଇ କି ଯାଇପାରିବେ ନାହିଁ । ତେବେ ସେହି ଫଳର ନାଁ ହେଉଛି ନଡିଆ । ଏହା ଗୋଟା ନଡିଆ ହେଉ କିମ୍ବା କଟା ନଡିଆ ହେଉ,ଆପଣ ଏହାକୁ ନିଜ ସାଙ୍ଗରେ ବିମାନରେ ନେଇ କି ଯାଇପାରିବେ ନାହିଁ । କାରଣ ନଡିଆ ତେଲକୁ ଜ୍ୱଳନଶୀଳ ତେଲ ବା ଇନ୍ଧନ ଭାବେ ବିବେଚନା କରାଯାଇଥାଏ । ତେଣୁ ବିମାନରେ ଯାତ୍ରା କରିବା ସମୟରେ ସାଙ୍ଗରେ ନେଇଯିବାକୁ ମନା କରାଯାଇଥାଏ ।