ଭୁବନେଶ୍ୱର(ଏନଏନଏସ୍): ମେ’ ମାସରେ ହୋଇପାରେ ବାତ୍ୟା। ଏନେଇ ବିଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ମେ ଦ୍ୱିତୀୟ ସପ୍ତାହ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ କରିଛନ୍ତି ଆନ୍ତର୍ଜାତିକ ପାଣିପାଗ ସଂସ୍ଥା। ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ବୋଲି ଓ୍ଵିଣ୍ଡିର ଦୁଇଟି ମଡେଲ୍ ଦର୍ଶାଉଛି। କିନ୍ତୁ ଏହାର ନିର୍ଦ୍ଦିଷ୍ଟ ଟ୍ରାକ୍ ସ୍ପଷ୍ଟ ହୋଇନାହିଁ।
ସେପଟେ ବଙ୍ଗୋପସାଗରରେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ। ଆଇଏମଡି ଅନୁମାନ କରିଛି, ମେ’ ପ୍ରଥମ ସପ୍ତାହ ଅର୍ଥାତ ମେ’ ୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଅବପାତର ରୂପ ନେଇପାରେ। ତେବେ ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ। ଏହି ଲଘୁଚାପ ଓଡ଼ିଶାରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।