କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ହାର ମାନେ ସବୁ କିଛି | କଠିନ ପରିଶ୍ରମ ଦ୍ୱାରା ନିଶ୍ଚିତ ମିଳିବ ସଫଳତା | ଜଣେ ବ୍ୟକ୍ତି ପହଂଚିପାରିବ ତାର ଗନ୍ତବ୍ୟସ୍ଥଳରେ | ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ପେସାରେ ଥିଲେ ସେ ଜଣେ କୁଲି | ଷ୍ଟେସନରେ କରୁଥିଲେ କୁଲି କାମ | ଯାହା ପାଖରେ କୋଚିଂ ସେଣ୍ଟର ଫି ଦେବାକୁ ମଧ୍ୟ ନଥିଲା ପଇସା | ବହି କିଣିବାକୁ ବି ଥିଲେ ଅସମର୍ଥ | କିନ୍ତୁ ସେ ମାନି ନଥିଲେ ହାର | ୟୁପିଏସସି ପରୀକ୍ଷା ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି | ରେଲୱେ ଷ୍ଟେସନର ମାଗଣା ୱାଇଫାଇରେ ପାଠ ପଢି ବନିଲେ ଆଇଏଏସ ଅଫିସର | କେରଳର ଶ୍ରୀନଥ ନାମକ ଜଣେ କୁଲି ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ହେବାର ସ୍ୱପ୍ନକୁ କଲେ ପୂରଣ | ଆସନ୍ତୁ ଜାଣିବା ଶ୍ରୀନାଥଙ୍କ ସଫଳତାର କାହାଣୀ ସମ୍ପର୍କରେ …
କେରଳର ମୁନ୍ନାର ରହୁଥିବା ଶ୍ରୀନାଥ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ । ତାଙ୍କ ପାଠପଢ଼ା ପାଇଁ ବଡ ପ୍ରତିବନ୍ଧକ ସାଜିଥିଲା ଆର୍ଥିକ ସ୍ଥିତି | ତାଙ୍କ ମୁଣ୍ଡ ଉପରେ ଥିଲା ପରିବାର ଚଳାଇବାର ବୋଝ | ଏଭଳି ପରିସ୍ଥିତିରେ ସେ ଘର ଖର୍ଚ୍ଚ ତୁଲାଇବା ପାଇଁ କେରଳର ଏର୍ନାକୁଲମ ଷ୍ଟେସନରେ କୁଲି କାମ କରିବା ଆରମ୍ଭ କରିଥିଲେ। ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ତାଙ୍କ ସ୍ବପ୍ନ ଥିଲା ବହୁତ ବଡ | 2018 ରେ ସେ ସ୍ଥିର କଲେ ଯେ ସେ କଠିନ ପରିଶ୍ରମ କରିବେ ଏବଂ କିଛି ବଡ ପଦବୀରେ ଚାକିରୀ କରିବେ | ଫଳରେ ତାଙ୍କ ରୋଜଗାର ବଢିବା ସହ ସେ ତାଙ୍କ ଝିଅର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହୋଇପାରିବେ | ଏହା ପରେ ସେ ସିଭିଲ ସର୍ଭିସେସ୍ ପରୀକ୍ଷା ଦେବାକୁ ମନସ୍ଥ କଲେ ଏବଂ କଠିନ ପରିଶ୍ରମ କଲେ | ଶ୍ରୀନାଥ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିଲେ | କିନ୍ତୁ ତାଙ୍କ ପାଖେ କୋଚିଂ ସେଣ୍ଟର ଫି ଦେବାକୁ ମଧ୍ୟ ପଇସା ନଥିଲା | ତେଣୁ ସେ ଚିନ୍ତା କଲେ କୋଚିଂ ସେଣ୍ଟର ବିନା ସେ କିପରି ଏହି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ? କିନ୍ତୁ ସେ ହାର ମାନିନଥିଲେ| ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ | ରେଳ ଷ୍ଟେସନରେ ସ୍ଥାପିତ ମାଗଣା ୱାଇଫାଇ ବ୍ୟବହାର କରି ପାଠ ପଢିଥିଲେ | ତଥାପି, କୋଚିଂ ବିନା ଏହା ସହଜ ନଥିଲା | ପ୍ରଥମ 3 ଟି ପ୍ରୟାସରେ ଶ୍ରୀନାଥ ବିଫଳ ହୋଇଥିଲେ | ତଥାପି ତାଙ୍କ ମନୋବଳ ଭାଙ୍ଗି ନଥିଲା | କିନ୍ତୁ ଚତୁର୍ଥ ପ୍ରୟାସରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ |
ଶ୍ରୀନାଥ ଅନେକଙ୍କ ପାଇଁ ପ୍ରେରଣା | ସେ ଏପରି ଲୋକମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯେଉଁମାନେ ଭାବନ୍ତି ଯେ ଦାରିଦ୍ର୍ୟ ସେମାନଙ୍କୁ ଆଗକୁ ବଢିବାବାକୁ ଦେବ ନାହିଁ | ଶ୍ରୀନାଥ କୁହନ୍ତି ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ଆପଣଙ୍କୁ ସଫଳତା ଆଡକୁ ନେଇଯିବା |