ମାର ଶବ ସହ ତିନି ଦିନ । ଝିଅ ଜାଣି ନଥିଲା ଯେ ତାର ମା ଆଉ ଏ ଦୁନିଆରେ ନାହିଁ। ଗତ ୩ ଦିନ ହେଲା ମାଆର ମୃତଦେହ ସହ ରହୁଥିଲା ୫ ବର୍ଷର କୁନି ଝିଅ । ଯିଏ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖୁଛି ତାର ଆଖି ଛଳଛଳ ହୋଇଯାଉଛି । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ସାଗରପଡ଼ାରେ । ସାଗରପଡାର ୨୫ ବର୍ଷୀୟ ମହିଳା କୁନି ନାଏକଙ୍କ ମୃତ୍ୟୁ ସମ୍ପର୍କରେ ପାଖ ପଡ଼ୋଶୀ ମଧ୍ୟ ଟେର୍ ପାଇ ନଥିଲେ। ଆଜି କୁନି ଝିଅଟି ବାହାରକୁ ଆସି ମା’ ପାଟିରୁ ପୋକ ବାହାରୁଥିବା କହିଲା ପରେ ପଡିଶା ଲୋକେ ଘର ଭିତରକୁ ଯାଇ ମୃତଦେହ ପଡିଥିବା ଦେଖିଥିଲେ । ପରେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।
ଜଣାଯାଇଛି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ୨୫ ବର୍ଷୀୟ ମହିଳା କୁନି ନାଏକ ନିଜ ୫ବର୍ଷର ଝିଅ ସହ ସାଗରପଡାରେ ଏକାକୀ ରହିଆସୁଥିଲେ । ପର ଘରେ କାମ କରି ଚଳିଆସୁଥିବା କୁନିଙ୍କର କୌଣସି କାରଣରୁ ହଟାତ ମୃତ୍ୟୁ ହୋଇଛି ।