ମ୍ୟାଟ୍ରିକ ପରୀକ୍ଷାଫଳ ପାଲଟିଗଲା କାଳ । ମ୍ୟାଟ୍ରିକରେ କମ ନମ୍ବର ରଖିଥିବା ଜାଣିବା ପରେ ମା’ ଶାଢୀରେ ଫାଶି ଲଗାଇ ଝୁଲିପଡିଲା ୧୫ ବର୍ଷର ପୁଅ ।ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆ ଗାଁରେ ।ଗାଁରବ୍ରଜକିଶୋର ପଣ୍ଡା ଓମନ୍ଦାକିନୀ ପଣ୍ଡାଙ୍କ ଏକମାତ୍ର ପୁଅ ପ୍ରଜ୍ଞାନ ।ବ୍ରଜ କିଶୋର କଳିଙ୍ଗ ନଗର ଶିଳ୍ପାଂଚଳରେ ଜଣେ ଠିକାଦାର ପାଖରେ କାମ କରୁଥିବାବେଳେ ମନ୍ଦାକିନୀ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।ତେବେ ଗତକାଲି ପ୍ରଜ୍ଞାନଙ୍କର ମ୍ୟାଟ୍ରିକ ପରୀକ୍ଷା ଫଳ ବାହାରିଥିବାବେଳେ ସେ ଏଥିରେ ୬୦ ପ୍ରତିଶତ ନମ୍ବର ରଖିଥିଲେ । ଯାହାକୁ ନେଇ ସେ ଖୁବ ଚିନ୍ତିତ ଥିଲେ ।ଏହାକୁ ନେଇ ଘରେ ବାପାମାଆ ନଥିବାର ସୁଯୋଗ ନେଇ ମା’ ମନ୍ଦାକିନୀଙ୍କ ଶାଢୀରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।