ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ ବଂଶ ପଂଚାୟତ ରେ ବିଜୁସୁସ୍ତ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ଉତେଜନା ଖବର ମୁତାବକ ବାଂଶ ପଂଚାୟତ ରେ କିଛି ମାସ ପୂର୍ବେ ମନରୋଗା ରେ କାମ କରୁଥିବା ଜବ କାର୍ଡ ଧାରୀ ମାନେ ମନରୋଗl ଦୁର୍ନୀତି ଓ କାର୍ଡ ଧାରୀ ମାନଙ୍କ ର ପ୍ରାପ୍ୟ ଟଙ୍କା ନପାଇ ବାରୁ ନାଉଗାଁ ବ୍ଲକ ସମୁଖରେ 23 ଦିନ ଧରି ଧାରଣା ବସି ରହିଥିଲେ l ଏ ସମ୍ପର୍କ ରେ ପୂର୍ବତନ ଜିଆରେସେ ଲଗ୍ନଜିତ ସାହୁ ଙ୍କୁ ଅନ୍ୟ ଏକ ପଂଚାୟତ କୁ ବଦଳି କରି ଦିଅ ଯାଇଥିଲା l ଆଜି ସ୍ମାର୍ଟ କାର୍ଡ ବାଂଶ ଉପ୍ରା ବିଦ୍ୟାଳୟ ରେ ବଣ୍ଟା ଚାଲି ଥିବା ସମୟରେ ପଂଚାୟତ ବସି ମାନେ ପୂର୍ବ ଜିଆରେସେ କୁ ଦେଖି କଣ ପାଇଁ ଫୁଣି ତାଙ୍କୁ ଆମ ପଂଚାୟତ କୁ ଅଣା ଯାଇଛି କହି ସ୍କୁଲ ମୁଖ୍ୟ ଫାଟକ ରେ ତାଲା ପକାଇ ବନ୍ଦ କରି ରଖିଥିଲେ l ଏବଂ ସେଠରେ କିଛି ସମୟ ଉତେଜନା ସୃଷ୍ଟି ହେବାରୁ ନାଉଗାଁ ପୋଲିସ ଓ ବ୍ଲକ କତୃପକ୍ଷ ଘଟଣା ସ୍ଥଳରେ ପହଂଚି ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ନୂତନ କର୍ମଚାରିକୁ ଛାଡ଼ିବାରୁ ଲୋକ ମାନଂଙ୍କର ଉତେଜନା କମିଥିବାର ଦେଖି ବାକୁ ମିଳିଥିଲା l ଜଗତସିଂହପୁର ରୁ ଆଲୋକ କୁମାର ଶିଶୁ ଙ୍କ ରିପୋର୍ଟ