ଭାରତର ଅଦ୍ୱିତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହିଁ ଜନ୍ମ ଦିବସ । ଆଜିର ଦିନ ଅର୍ଥ ଡିସେମ୍ବର ୨୫ ୧୯୨୪ ରେ ତାଙ୍କର ଜନ୍ମ । ଯିଏ ଅବିକଶିତ ଭାରତର ଭିତ୍ତିପ୍ରସ୍ତର କରି ବିକାଶର ସ୍ରୋତରେ ଛାଡିବାର ବିନ୍ଧାଣି ଥିଲେ । ଆଜିର ଅଣକ°ଗ୍ରେସ ରାଜୁତିରେ ନରେନ୍ଦ୍ର ମୋଦି ଯାହା କରୁଛନ୍ତି ତାହା କେବଳ ସ୍ରୋତର ଧାରାକୁ ଆଗକୁ ନେବା କିନ୍ତୁ ସ୍ରୋତ ସୃଷ୍ଟି କରିବା ଥିଲା ଏକ କଷ୍ଟସାଧ୍ୟ କାର୍ଯ୍ୟ । ପରମାଣୁରୁ ପୋଖରାନ୍ ସର୍ବଶିକ୍ଷାରୁ ସମଝୋତା ତଥା କାରଗିଲରୁ ସ୍ୱର୍ଣ୍ଣ ଚତୁର୍ଭୁଜ ସର୍ବଦା ଇତିହାସ ଲିପିବଦ୍ଧ ବାଜପେୟୀଙ୍କୁ ଝୁରୁଛି ଝୁରିବ । ସାରା ବିଶ୍ବକୁ ଆତଙ୍କିତ କରୁଥିବା ଆତଙ୍କବାଦର ମୂଳ ଉତ୍ସ ପାକିସ୍ତାନକୁ ଶାନ୍ତ କରିବା ପାଇଁ ସମଝୋତା ଏକ୍ସପ୍ରେସ ଚଳାଇଥିଲେ । ସିଏ କହିଥିଲେ “ଗାଁଓକି ଭାରତ” ଗାଁ ର ଉନ୍ନତି ଦେଶର ଉନ୍ନତି ତଥା “କମୁନିକେସନ ଇଜ୍ ଦ ବେଶ ଅଫ୍ ଦି ଡେଭଲପଡ କଣ୍ଟ୍ରି” । ତେଣୁ ତାଙ୍କ ଠାରୁ ଦେଶର ସବୁ କମୁନିକେସନର ଆରମ୍ଭ ହୋଇଥିଲା । ରୋଡ଼ କମୁନିକେସନ ଠାରୁ ମୋବାଇଲ କମୁନିକେସନ । କାରଗିଲରୁ କମୁନିକେସନ ସବୁଠିଁ ତାଙ୍କ ଅବଦାନ । ଗାଁ ର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଥିଲା ତାଙ୍କର ବିକାଶର ମୂଳ ଦୁଆ । ଏତିକିବି ନୁହେଁ ଓଡ଼ିଶା ପାଇଁ ତାଙ୍କର ଅହେତୁକ ଦାନ । ମେ ୨୫ ୨୦୦୩ରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ୍ (ଏମ୍ସ) ଭଳି ପ୍ରତିଷ୍ଠାନ ଓଡ଼ିଶାକୁ ଦେଇ ଚିକିତ୍ସା ଜଗତରେ ପୂର୍ବ ଭାରତର ଏକ ମାଇଲ୍ ଖୁଣ୍ଟ ଛାଡ଼ି ଗଲେ । ଯାହା ଓଡ଼ିଶା ଭଳି ଗରିବ ରାଜ୍ୟ ଉଚ୍ଚ କୋଟୀର ଚିକିତ୍ସା ପାଇପାରିବ । ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ତାଙ୍କ ସମୟରେ ସିଏ ପ୍ରଥମେ ଭାରତରେ ଆଦିବାସୀ ମନ୍ତ୍ରଣାଳୟ ଖୋଲି ଓଡ଼ିଶାରୁ ଜୁଏଲ ଓରାମଙ୍କୁ ଏହାର ଦାୟିତ୍ବ ଦେଇଥିଲେ । ସେହିପରି ଅଏଲ ଇଣ୍ଡିଆ କର୍ପୋରେସନ ପକ୍ଷରୁ ପାରାଦୀପଠାରେ ରିଫାଇନାରି ପ୍ଲାଣ୍ଟ ପ୍ରତିଷ୍ଠା କରି ପଛୁଆ ତଥା ଗରିବ ରାଜ୍ୟ ଓଡ଼ିଶା ପାଇଁ ବିକାଶର ଭିତ୍ତି ସ୍ଥାପନ କରିଥିଲେ । ବାଜପେୟୀଙ୍କ ନେତୃତ୍ବରେ ୧୯୯୯ ମସିହା ଆଜିର ଦିନରେ ଭାରତ କାରଗିଲ ଯୁଦ୍ଧରେ ବିଜୟୀ ହୋଇ ଇତିହାସ ରଚିଥିଲା । ଏସବୁ ଅବଦାନ ଭାରତୀୟ ମାନଙ୍କ ପାଇଁ ଅବିସ୍ମରଣୀୟ ତଥା ଚିର ନମସ୍ୟ ହୋଇ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।