ଆଜି ରାଜ୍ୟ କ୍ୟାବିନେଟ ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟରେ 10ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।
୨-ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ଲଢେଇ । ନିର୍ବାଚନରେ ବାଜିମାତ୍ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦଳ । ଗୋଟିଏ ପଟେ ୟୁପିରେ ନିର୍ବାଚନୀ ଉଷ୍ଣତା ଲାଗି ରହିଥିବାବେଳେ ଅନ୍ୟପଟେ ହୁ ହୁ ହୋଇ ମାଡିଚାଲିଛି ଓମିକ୍ରନ । ଏପରିକି ଭାରତରେ କୋଭିଡ-୧୯ ତୃତୀୟ ଲହର ଆସିବାର ସମ୍ଭାବନା ଘନୀଭୂତ ହୋଇଛି ।
୩- ଆଗାମୀ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ପରିବର୍ତ୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ରହିବ । ଓବିସି ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର ପରେ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ରାଜ୍ୟ ସରକାର ଓବିସିଙ୍କୁ ଠକିଥିବା ବିରୋଧି ସମାଲୋଚନା କରୁଥିବାବେଳେ ସରକାର ଓବିସି ସଂରକ୍ଷଣ ବିରୋଧି ବୋଲି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୪-ପାଖେଇ ଆସୁଛି ପଞ୍ଚାୟତ ଲଢେଇ । ମଇଦାନକୁ ଓହ୍ଲାଇବା ଲାଗି ସଜବାଜ ହେଉଛନ୍ତି ନେତା । ଇତିମଧ୍ୟରେ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି ନିର୍ବାଚନୀ ଉଷ୍ମତା । ନିର୍ବାଚନୀ ବୈତରଣୀ ପାର୍ କରିବାକୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଥିବାବେଳେ ଏବେଠୁ ଗାଁ ମୁହାଁ ହେଉଛନ୍ତି ମାଳ ମାଳ ନେତା । ଗାଁ ଗାଁରେ ପ୍ରସ୍ତୁତି ବୈଠକ କରାଯିବା ସହ ବିଭିନ୍ନ ପଦପଦବୀ ପାଇଁ ଚାଲିଛି ପ୍ରାର୍ଥୀ ଚୟନ । ପ୍ରଶାସନ ପକ୍ଷରୁ ମଧ୍ୟ ସରକାରୀ ନିଷ୍ପତ୍ତି ଆଧାରରେ ପ୍ରାର୍ଥୀ ତାଲିକା ପ୍ରକାଶନ ଏବଂ ଭୋଟ କେନ୍ଦ୍ର ସ୍ଥାନ ନିରୂପଣ ଆଦି କାର୍ଯ୍ୟ ଜାରି ରହିଛି ।
୫-ଆଜିଠୁ ଆରମ୍ଭ ହେବାକୁ ଯାଉଛି 24ତମ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର 12ଟି ବାର ସଂଘ ଦେଖାଇବେ କ୍ରିକେଟ କମାଲ । ଏହି 5 ଦିନିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ 20 -20 ଆଧାରରେ ଖେଳାଯିବ ।
୬-ଉଚିତ ଚରିତ୍ର ଗଠନ ଲାଗି କଲେଜରେ କରାଯିବ ଯୁବ ସଂସ୍କାର କାର୍ଯ୍ୟକ୍ରମ । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ନିର୍ଦେଶ । ଯୁବ ସଂସ୍କାର ପାଠ୍ୟକ୍ରମ ବହିର୍ଭୁତ । ତଥାପି ଏହା କ୍ଳାସରୁମରେ ପାଠ ପଢ଼ାଯିବ,ମାତ୍ର କୌଣସି ପରୀକ୍ଷା ବା ମୂଲ୍ୟାୟନ ହେବ ନାହିଁ । ମାସକୁ ଅତି କମରେ ଥରେ କ୍ଳାସ କରାଯିବ। ଚରିତ୍ର ଗଠନ ଉପରେ ଆଧାରିତ ଫିଲ୍ମ ଗୁଡିକକୁ ପଦର୍ଶନ କରାଯିବା ନେଇ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ ।
୭-ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକଶ୍ମୀର ଅନନ୍ତନାଗ ମୁମାନହାଲ ଅରୱାନୀ ଅଞ୍ଚଳରେ ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ସକାଳୁ ଅନନ୍ତନାଗ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବଳୟ । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।
୮-ଚୀନ୍ ରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ସବୁଠୁ ବଡ଼ ଲକ୍ ଡାଉନ୍ ହୋଇଛି। ଚୀନ୍ ଏହାର ସିଆନ୍ ସହରରେ ତାଲାବନ୍ଦୀ ଘୋଷଣା ହୋଇଛି । ଚୀନର ସିଆନରେ ୧୨୭ ସଂକ୍ରମଣ ମାମଲା ଚିହ୍ନଟ ପରେ ଗତକାଲି ରାତିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲାବନ୍ଦ କରାଯାଇଛି ।
୯-ଆଜିଠୁ ରାଜ୍ୟରେ ଶୀତ କମିବ । ଧୀରେ ଧୀରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ବଡ଼ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
୧୦-ବ୍ରହ୍ମପୁର ଖଲ୍ଲିକୋଟ୍ କଲେଜ୍ ଖେଳ ପଡିଆରେ ଅନୁଷ୍ଠିତ ହେଉଥିବା ପଲ୍ଲୀଶ୍ରୀ ମେଳାରେ ଚୁଲିକି ଗଲା କରୋନା କଟକଣା । ପଡିଆରେ ଲାଗିଥିଲା ଖଚାଖଚ ଦର୍ଶକଙ୍କ ଭିଡ । ନାଁ ଥିଲା କାହା ମୁଁହରେ ମାସ୍କ, ନା ଥିଲା ସାମାଜିକ ଦୂରତା । କରୋନା କଟକଣାକୁ ପୁରା ଫୁ କରି ଦେଇଥିଲେ ଏଠି ଉପସ୍ଥିତ ଥିବା ଲୋକେ ।