ସବୁଠୁ ଦାମୀ ଛାଡପତ୍ର । ଦୁବାଇ ରାଜା ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ ତାଙ୍କ ପତ୍ନୀ ତଥା ରାଣୀଙ୍କୁ ଛାଡପତ୍ର ଦେବା ବହୁତ ମହାଙ୍ଗା ପଡିଛି । ଦୁବାଇର ରାଣୀ ହୟା ବିନ୍ତ ଅଲ ହୁସୈନଙ୍କୁ ୫୫୦୦ କୋଟି ଟଙ୍କା ଦେଇ ଛାଡପତ୍ର ନେଇଛନ୍ତି ରାଜା ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ ମକତୁମ । ଲଣ୍ଡନର ହାଇକୋର୍ଟ ଛାଡପତ୍ର କ୍ଷତିପୂରଣ ହିସାବରେ ପୂର୍ବତନ ପତ୍ନୀଙ୍କୁ ୫୫୦୦ କୋଟିରୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ରିଟେନ୍ ଇତିହାସରେ ସବୁଠୁ ଦାମୀ ଛାଡପତ୍ର ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ତାଙ୍କର ଦୁଇ ସନ୍ତାନ ୧୪ ବର୍ଷିୟ ଅଲଜ୍ଲିଲା ଓ ୯ ବର୍ଷର ଜାୟଦଙ୍କ ଭରଣ ପୋଷଣ ପାଇଁ ମଧ୍ୟ ୨୯୦୦ କୋଟି ତାଙ୍କ ଦେଇଛନ୍ତି ଦୁବାଇ ରାଜା। ଲଣ୍ଡନର ହାଇକୋର୍ଟ ବିଚାରପତି ଫିଲିମ୍ ମୁର କହିଛନ୍ତି ରାଣୀ ହୟା ଓ ତାଙ୍କ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ କ୍ଷତିପୂରଣ ହିସାବରେ ଏହି ବଡ ରାଶି ଦିଆଯାଇଛି । ରାଜା ଶେଖ୍ ତରଫରୁ ରାଣୀ ହୟା ଓ ଦୁଇ ପିଲାମାନଙ୍କ ଜୀବନ ପ୍ରତି ବିପଦ ଅଛି ତେଣୁ ସୁରକ୍ଷା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟଙ୍କୁ ନେହୁରା ହୋଇଛନ୍ତି ହୟା । ତିନିମାସ ଭିତରେ ହୟାଙ୍କୁ ଏକକାଳୀନ ୨୫୦୦ କୋଟି ଟଙ୍କା ଦେବାକୁ ଜଜ୍ ଶେଖ ମହମ୍ମଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।