୧-ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିବ ବୈଠକ । ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ନେଇ ବୈଠକରେ ଆଲୋଚନା ହୋଇପାରେ ।
୨-ଚାଷୀମାନଙ୍କ ସୁବିଧା ନିମନ୍ତେ ଅଧିକରୁ ଅଧିକ ସଂଖ୍ୟକ ମହିଳା ସ୍ବୟଂସହାୟକ ଗୋଷ୍ଠୀ, ଆରଏମସି ଏବଂ କୃଷି ବିପଣ ସଂସ୍ଥାମାନଙ୍କୁ ନିୟୋଜିତ କର । ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଏବଂ ସମବାୟ ବିଭାଗ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାମାନଙ୍କରେ ଧାନକିଣା ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
୩-କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିକଟରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା। ବରଗଡ ପଦ୍ମପୁର ସବଡିଭିଜନରେ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ୫ ହଜାର ୬ ଶହ ଚାଷୀଙ୍କ ବୀମା ପଞ୍ଜିକରଣ କରିଥିବା ଏକ ଘରୋଇ କମ୍ପାନୀ ବେଆଇନ ଭାବେ ବାତିଲ କରିଦେଇଥିବା ପ୍ରସଙ୍ଗରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଫେରାଦ ହୋଇଛି ବିଜେପି କୃଷକ ମୋର୍ଚ୍ଚା ।
୪-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପୁନର୍ବାର କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ୍ ସିଂହଙ୍କୁ ଭେଟିଛନ୍ତି ବିଜେଡି ସାଂସଦଗଣ । ସୋମବାର ନୂଆଦିଲ୍ଲୀସ୍ଥିତ କୃଷି ଭବନରେ ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ MNREGA ଯୋଜନାରେ ଓଡ଼ିଶାର ଦାବି ସମ୍ପର୍କରେ ଜଣାଇଛନ୍ତି ବିଜେଡି ସାଂସଦ । ବୈଠକ ସକରାତ୍ମକ ଭାବେ ହୋଇଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।
୫-ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ଭିତରେ ସୋମବାର ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଧେୟକ ବିଲ ୨୦୨୧ । ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଗୃହୀତ ହୋଇଛି । ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଲାଗି ଉପସ୍ଥାପିତ ହୋଇଥିବା ବିଲ ପାସ ହୋଇଛି ।
୬-ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ରହିଥିବାବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୮୬ ଓ ୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
୭-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
୮- ଅସମ୍ଭାଳ ଜାଡ । ଥୁରୁ ଥୁରୁ ଥରୁଛି ସାରା ଓଡ଼ିଶା । ସଂଜ ନଇଁବା ଆଗରୁ ବାଘ ଭଳି ମାଡି ଆସୁଛି ଜାଡ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ଆଗକୁ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
୯-ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ରିଲିଜ ହେବା ପୂର୍ବରୁ ଆମେରିକାରେ ଧୁମ ମଚେଇଲାଣି। ଫିଲ୍ମ ‘ଦ ତାଶାକନ୍ଦ ଫାଇଲ୍ସ’ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସା ସାଉଣ୍ଟିବା ପରେ ଜି ଷ୍ଟୁଡିଓଜ ଓ ଲେଖକ-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଉ ଏକ ହାର୍ଡ-ହିଟିଙ୍ଗ ଫିଲ୍ମ ପେଶ କରିବାକୁ ହାତ ମିଳାଇଛନ୍ତି। ‘ଦ କାଶ୍ମୀର ଫାଇଲ୍ସ’ ୨୦୨୨ ଜାନୁଆରୀ ୨୬ରେ ରିଲିଜ ହେବ। ବିବେକ ଅଗ୍ନିହୋତ୍ରୀ ଚଳିତ ବର୍ଷ ଆରମ୍ଭରେ ପ୍ରତିଷ୍ଠିତ ରାଷ୍ଟ୍ରୀୟ ପୁରସ୍କାର ଜିତିଛନ୍ତି।
୧୦-ଭାରତର ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନୂଆ ଦାୟିତ୍ବ । ସୋମବାର ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନ ଆଥଲେଟ୍ସର କମିଶନର ଜଣେ ସଦସ୍ୟା ଭାବେ ନିଯୁକ୍ତ ହୋଇଛନ୍ତି ସିନ୍ଧୁ । ୨୬ ବର୍ଷୀୟ ପୂର୍ବତନ ବିଶ୍ବ ଚମ୍ପିୟନଙ୍କ ବ୍ୟତୀତ ଅନ୍ୟ ୫ଜଣଙ୍କୁ ମଧ୍ୟ ସମାନ ନିଯୁକ୍ତି ମିଳିଛି, ଯେଉଁମାନେ ୨୦୨୫ ପର୍ଯ୍ୟନ୍ତ ନିଜର ଦାୟିତ୍ବ ତୁଲାଇବେ ।