ଦୁଇ ଜଣ ପୁଅଙ୍କ ମଧ୍ୟରେ ଅଜବ ପ୍ରେମ କାହାଣୀ ! ଦୁଇ ସାଙ୍ଗ 8 ବର୍ଷ ସମ୍ପର୍କରେ ରହିବା ପରେ ଧୁମଧାମରେ କରିଛନ୍ତି ବିବାହ । ଏଭଳି ସମଲିଙ୍ଗୀ ବିବାହ ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ହାଇଦ୍ରାବାଦର ଜଣେ ସମଲିଙ୍ଗୀ ଦମ୍ପତି ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହିତ ଏକ ସମାରୋହରେ ରିଙ୍ଗ ସେରିମନି କରିଥିଲେ ଏବଂ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଶନିବାର ଦିନ ହାଇଦ୍ରାବାଦର ଏକ ରିସୋର୍ଟରେ ଖୁବ ଧୁମଧାମରେ ସୁପ୍ରିଓ ଏବଂ ଅଭୟ ବିବାହ କରିଥିଲେ । କୋଲକାତାର ସୁପ୍ରିଓ ଏକ ପ୍ରମୁଖ ହୋଟେଲ ପରିଚାଳନା ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପିକ ହୋଇଥିବା ବେଳେ ଦିଲ୍ଲୀର ଅଭୟ ଏକ ମଲ୍ଟିନ୍ୟାସନାଲ କମ୍ପାନୀର ଜଣେ କର୍ମଚାରୀ । ତେଣୁ ବଙ୍ଗଳା ଏବଂ ପଞ୍ଜାବୀ ରୀତିନୀତିରେ ଏହି ବିବାହ ହୋଇଥିଲା | ତେଲେଙ୍ଗାନାରେ ସମଲିଙ୍ଗୀ ପୁରୁଷଙ୍କ ଏହା ପ୍ରଥମ ବିବାହ | 31 ବର୍ଷୀୟ ସୁପ୍ରିଓ ଚକ୍ରବର୍ତ୍ତୀ ଏବଂ 34 ବର୍ଷୀୟ ଅଭୟ ଡାଙ୍ଗ ପରସ୍ପରକୁ ଜୀବନସାଥୀ ଭାବେ ବାଛି ଥିବାରୁ ସେମାନେ ବହୁତ ଖୁସି | ସୁପ୍ରିଓ କହିଛନ୍ତି ଯେ, ସେମାନଙ୍କ ବିବାହ ସମସ୍ତଙ୍କୁ ଏକ ବାର୍ତ୍ତା ଦେଇଛି କି ଖୁସିରେ ରହିବା ପାଇଁ କାହାର ଅନୁମତି ଦରକାର ନାହିଁ | ଉଭୟଙ୍କ ପ୍ରେମ କାହାଣୀ 8 ବର୍ଷ ପର୍ଯ୍ୟନ୍ତ ରହିଲା ଏବଂ ତା’ପରେ ଦୁହେଁ ଆଡ଼ମ୍ବରପୂର୍ଣ୍ଣ ଭାବେ ବିବାହ କରିବାକୁ ନିଷ୍ପତି ନେଲେ | ଅଭୟ କହିଛନ୍ତି, ଯଦିଓ ବିବାହ ପଞ୍ଜୀକୃତ ହୋଇପାରିବ ନାହିଁ, ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଏହି ସମାରୋହରେ ଏକାଠି ହୋଇ ଆମକୁ ଆଶୀର୍ବାଦ ଦେଇଥିଲେ। ସମଲିଙ୍ଗୀ ଦମ୍ପତିଙ୍କ ବନ୍ଧୁ ସୋଫିଆ ଡେଭିଡଙ୍କ ଦ୍ୱାରା ଏହି ବିବାହ କରାଯାଇଥିଲା, ଯିଏ ନିଜେ ଏଲଜିବିଟିକ୍ଯୁ ସମ୍ପ୍ରଦାୟର |